Odiapua.com

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୧୦ ଟାରେ ଦେଶକୁ ସମ୍ବୋଧିତ କରିବେ

ନୂଆ ଦିଲ୍ଲୀ ୨୧ -୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୧୦ ଟାରେ ଦେଶକୁ ସମ୍ବୋଧିତ କରିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଟୁଇଟ୍ କରିଛନ୍ତି।

ବିଶ୍ୱାସ କରାଯାଏ ଯେ, ଶୁକ୍ରବାର ଭାଷଣରେ ପ୍ରଧାନମନ୍ତ୍ରୀ କୋଭିଡ ଟୀକାକରଣ ଏବଂ ସମ୍ଭାବିତ ତୃତୀୟ ଲହରର ସୁରକ୍ଷା ଉପରେ ଗୁରୁତ୍ୱ ଦେବେ। ଗୁରୁବାର ପର୍ଯ୍ୟନ୍ତ ଭାରତରେ ୧୦୦ କୋଟିରୁ ଅଧିକ ଡୋଜ କୋଭିଡ ଟିକା ଦିଆଯାଇଛି। ସମ୍ଭବତଃ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧିତ କରିବା ସମୟରେ କୋବିଡ ସହ ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟର ବ୍ଲୁ ପ୍ରିଣ୍ଟକୁ ଦେଶ ସମ୍ମୁଖରେ ରଖିବେ।