Odiapua.com

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରିବେ ‘ମନ କି ବାତ’, ଟୀକାକରଣ ଉପରେ ଦେଇପାରନ୍ତି ଗୁରୁତ୍ୱ

ନୂଆଦିଲ୍ଲୀ ୨୭ ଜୁନ୍ (ଓଡିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୧୧ ଟା ସମୟରେ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ। ଏହା ତାଙ୍କର ୭୮ ତମ ସମ୍ବୋଧନ ହେବ। ଏହି ସମୟରେ ସେ ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ଏବଂ ଟୀକାକରଣର ସ୍ଥିତି ବିଷୟରେ ଆଲୋଚନା କରିପାରନ୍ତି।

ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ତଥା ବିଦେଶର ଲୋକଙ୍କ ସହ ନିଜର ଭାବନା ବାଣ୍ଟିବେ। ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ସମଗ୍ର ନେଟୱାର୍କରେ ଏବଂ ଅଲ ଇଣ୍ଡିଆ ନ୍ୟୁଜ୍ ୱେବସାଇଟ୍ ଆପରେ ପ୍ରସାରିତ ହେବ।