Odiapua.com

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷର ଉତ୍ସର୍ଗୀକୃତ ସେବା, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ମହତାବ ମଣ୍ଡଳ ପକ୍ଷରୁ ସିନ୍ଧୁକେଶ୍ୱରଙ୍କ ମନ୍ଦିରରେ ଦୀପ ପ୍ରଜ୍ୱଳନ

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦରଣୀୟ ଜସ୍ୱଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଲଗାତାର ୧୨ ବର୍ଷ ଧରି ଦେଶ ସେବାରେ ନିଜକୁ ଉତ୍ସର୍ଗ କରି ଭାରତର ସବୁଠୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରିଥିବା ପ୍ରଧାନମନ୍ତ୍ରୀ ଭାବେ ଇତିହାସରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛନ୍ତି । ଏହି ଐତିହାସିକ ଉପଲବ୍ଧିର ପୁଣ୍ୟ ଅବସରରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ମହତାବ ମଣ୍ଡଳ ସ୍ଥିତ ବାବା ସିନ୍ଧୁକେଶ୍ୱରଙ୍କ ଶ୍ରୀଚରଣରେ ଦୀପ ପ୍ରଜ୍ଜ୍ୱଳନ କରିବା ସହ ତାଙ୍କ ଦୀର୍ଘ ଜୀବନ,ସୁସ୍ୱାସ୍ଥ୍ୟ କାମନା କରାଯାଇଛି। ଏହି ଐତିହାସିକ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ସଭାପତିତ୍ୱରେ ସାଂସଦ ଅଭିମନ୍ୟୁ ସେଠୀ, ପୁର୍ବତନ ଭଦ୍ରକ ପୌରପାଳ ଇଂ ପ୍ରୟାସକାନ୍ତି ସାମଲ(ଲୁଲୁ ଭାଈ),ବନ୍ତ ବ୍ଲକ ଚେୟାରମେନ ମନୋରଞ୍ଜନ ଘଡେଇ, ମଣ୍ଡଳ ସଭାପତି ସନ୍ତୋଷ ନାୟକ, ଅମୂଲ୍ୟ ରତ୍ନ ନନ୍ଦ , ମଣ୍ଡଳ ସାଧାରଣ ସମ୍ପାଦକ ସୁବାସ ପଣ୍ଡା, ପୂର୍ବ ମଣ୍ଡଳ ପ୍ରମୁଖ ଶିବାନନ୍ଦ ଅଧିକାରୀ, ଗୋପାଳ କୃଷ୍ଣ ଦାସ,ବରିଷ୍ଟ ନେତୃତ୍ୱ ତଥା ବନ୍ତ ପଂଚାୟତ ସମିତିସଭ୍ୟ ପରମେଶ୍ୱର ବାରିକ, ଧରଣୀ ପୃଷ୍ଟି,ଙ୍କ ସମେତ ପଂଚାୟତ ସ୍ତରୀୟ ନେତୃତ୍ୱ ଉପସ୍ଥିତ ଥିଲେ।