Odiapua.com

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିୟମିତତା ନେଇ ବ୍ଲକ ଘେରିଲା ବିଜେପି

ହାଟଡିହି-୯ / ୭ / : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବାବେଳେ ରାଜ୍ୟ ସରକାର ଏହାକୁ ଲୁଟି ଚାଲିଛନ୍ତି । କେନ୍ଦ୍ରରୁ ୯୮୨୦୦ ଆବାସ ଘର ବାବଦକୁ ଆସିଥିବା ୧ହଜାର କୋଟି ଟଙ୍କା ଓଡିଶାର ବିଜେଡି ସରକାର ହଡପ କରିôତବା ଅଭିଯୋଗ କରି ବିଜେପି ପକ୍ଷରୁ ରାଜ୍ୟବ୍ୟାପି ଆନ୍ଦୋଳନ କରାଯାଉଛି । ଏଡି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତାପାର୍ଟି ପକ୍ଷରୁ ହାଟଡିହି ବ୍ଲକ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଲୋକସେଠୀଙ୍କ ନେତୃତ୍ୱରେ ଶହଶହ ବିଜେପି କର୍ମବ୍ୱିଜେପି କାର୍ଯ୍ୟାଳୟ ଠାରୁ ଏକ ପଟୁଆରରେ ବାହାରି ବ୍ଲକ ପର୍ଯ୍ୟନ୍ତ ଆସିବାପରେ ଏକ ପ୍ରତିବାଦ ସଭାରେ ବିଜେଡି ସରକାର ପ୍ରଧାନମନ୍ତ୍ରୀ ଆବାସ ଘୋଟାଲା କରି ଗରିବ ମାନଙ୍କ ଅନୁଦାନକୁ ହଡପ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ବରିଷ୍ଠନେତା ଭଗବାନ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଆବାସ ଯୋଜନାର କୋଟିକୋଟି ଟଙ୍କାକୁ ହଡପ କରିଥିବାରୁ ତୁରନ୍ତ ନବୀନ ସରକାର ବିରୁଦ୍ଧରେ ମାମଲା ରୁଜୁ କରାଯିବାକୁ ଦାବି କରିଥିଲେ । ଆବାସ ଯୋଜନାରେ ହାଟଡିହି ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ । ଅନେକ ଗରିବ ଲୋକ ଘର ପାଇନଥିବାବେଳେ ଅଯୋଗ୍ୟ ବ୍ୟକ୍ତି ଓ ଦଳୀୟ ଲୋକଙ୍କୁ ବାସଗୃହ ଯୋଜନାରେ ଘର ଯୋଗାଇ ଦିଆଯାଇଥିବାବେଳେ ଅନେକ ହିତାଧିକାରୀଙ୍କ ଘର ସମ୍ପୁର୍ଣ୍ଣ ହୋଇ ନଥିଲେବି କାଗଜ କଲମରେ ଘର ସମ୍ପୁଣ୍ଣ ହୋଇଥିବା ଦର୍ଶାଯାଇ ଅନୁଦାନକୁ ଉଠାଇ ନିଆଯାଇଛି ବୋଲି ଅଭିଯୋଗ କରିଥିଲେ । ସେହିପରି ଗରିବ ଲୋକଙ୍କୁ ଘର ଯୋଗାଇଦେବାପାଇଁ ୨୦ହଜାର ଟଙ୍କା ପିସି ଆଦାୟ କରାଯାଉଛି ବୋଲି ବିଜେପି ନେତା ଆଲୋକ ସେଠୀ ଅଭିଯୋଗ କରିଥିଲେ । ସେହିପରି ମନରେଗା ଯୋଜନାରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଛି । କାମ ନକରି ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଥିବାବେଳେ ଅଧିକାଶଂ ସ୍ଥାନରେ ଶ୍ରମିକ ମାନଙ୍କୁ କାମ ଦିଆନଯାଇ ମେସିନି ସାହାଯ୍ୟରେ କାମ କରାଯାଇ ଅନୁଦାନକୁ ହଡପ କରାଯାଇଛି ବୋଲି ଅଭିଯୋଗ କରିଥିଲେ । ବିଶେଷକରି ବ୍ଲକ ନିକଟସ୍ଥ ମରୈଗାଁ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବାବେଳେ ପାର୍କ ନକରି ୫ଲକ୍ଷ ଟଙ୍କା ଉଠାଇ ନେଇଥିବା ବେଳେ ବ୍ଲକ ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ପାରିନାହିଁଁ ବୋଲି ଅଭିଯୋଗ କରିଥିଲେ । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲା ସମ୍ପାଦକ ଦୀପକ ଜେନା, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଜୟ ରାଉତ, ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁ, ବରିଷ୍ଠ ବିଜେପି ନେତା ଭଗବାନ ସାହୁ, ମଣ୍ଡଳ ସଭାପତି କୈଳାଶ ସାମଲ, ବଳଭଦ୍ର ବାରିକ, ଶଶିକାନ୍ତ ରାଉତ, ମଧୁସୁଦନ ରାଉତ, ଜିଲ୍ଲା ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷ ଦିପ୍ତୀ ଖୁଣ୍ଟିଆ, ସମ୍ପାଦିକା ତୃପ୍ତୀମୟୀ ଜେନା, ସୁଶାନ୍ତ କୁମାର ଜେନା, ହରମୋହନ ଶାସିନି, ଧନେଶ୍ୱର ରାଉତ, ଜଗତ ଜୀବନ ଦେବତା, ମାନସ ଜେନା, ଶୁଭାଦ୍ରୀ ବଳିୟାରସିଂ, ଆଲୋକ ଦାଶ, ପିନାକୀ ଜେନା, ଗୋପାଳ ସେନାପତି, ହରେକୃଷ୍ଣ ସ୍ୱାଇଁ, ଦୀନବନ୍ଧୁ ମହାନ୍ତି, ସଞ୍ଜୟ ମହାନ୍ତି, ବିଶ୍ୱନାଥ ଖମାରି, ତପନ ଧିର, ମଧୁ ସ୍ୱାଇଁ, ଅଜୟ ଜେନା, ରତ୍ନାକର ବେହେରା, ଯୁବ ମୋର୍ଚ୍ଚା ସଭାପତି ରାଜେଶ ସେଠୀ ପ୍ରମୁଖ ସାମିଲ ହୋଇଥିଲେ । ସୁଶାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।