Odiapua.com

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଧକ ସାଜିଛି ସରକାରୀ ନିୟମ, ଗରିବଙ୍କୁ ମିଳୁନି ଘର

ତେଲକୋଇ, ତା ୧୬ ଡିସେମ୍ବର (ଓଡିଆ ପୁଅ/ଅକ୍ଷୟ ପ୍ରଧାନ) ସରକାର ଗରିବଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି, ହେଲେ ପ୍ରକୃତ ହିତାଧୀକାରୀ ଯୋଜନାରୁ ବାଦ ପଡୁଛନ୍ତି। ଆବାସ ଯୋଜନାର ସରକାରୀ ନିୟମ ଏମିତି ରହିଛି ଯେଉଁଥିରେ ଗରିବ ଲୋକ ଆବାସ ଯୋଜନାରେ ସାମିଲ ହୋଇ ପାରୁନାହାଁନ୍ତି। କିଏ ପଲିଥିନି ତଳେ ରହୁଛିତ ଆଉକିଏ ଭଙ୍ଗା ଘରେ ଜୀବନ ବିତାଉଛି। ଏମିତି ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକରେ।

ସରକାରୀ ନିୟମ ପ୍ରକୃତ ଗରିବଙ୍କୁ ଘର ପାଇବାରେ ବାଧକ ସାଜିଛି। ୨୦୧୧ ମସିହାରେ ଜାତିଭିତିକ ଜନଗଣନା ଅନୁସାରେ ସରକାର ଘର ଯୋଗାଉଥିବା ବେଳେ ବାଦ ପଡୁଛନ୍ତି ପ୍ରକୃତ ହିତାଧୀକାରୀ।୨୦୧୧ ମସିହାରୁ ୨୦୧୯ ମସିହା ଭିତରେ ସେହି ଲିଷ୍ଟରେ ଥିବା ଲୋକେ ୨ରୁ ତିନି ଥର ଘର ପାଇ ସାରିଥିବା ବେଳେ ପୁଣିଥରେ ତାଙ୍କ ନାମ ଗ୍ଦରମମ ଲିଷ୍ଟରେ ନାମ ରହିଛି। ସେମାନେ ପୁଣି ଥରେ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ହେଲେ ପଲିଥିନି ତଳେ ଓ ଭଙ୍ଗା ଘରେ ରହୁଥିବା ଲୋକେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ନିୟମ ଅନୁସାରେ ଥରେ ଘର ପାଇଥିବା ଲୋକର ନାମ ଗ୍ଦରମମ ଲିଷ୍ଟରୁ ବାଦ ପଡିବା କଥା କିନ୍ତୁ ଭିଏଲଡବ୍ଲୁ ଓ ସରପଚଂ ମାନେ ହାତଗୁଞା ନେଇ ଚଚଂକତା କରି ନାଁକୁ କାଟୁ ନଥିବା ଅଭିଯୋଗ ହେଉଛି। ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ପଚାଂୟତ ସ୍ତରର କର୍ମଚାରୀ। ଆବାସ ଯୋଜନାରେ ଦୁଇ ତିନି ଥର ଘର ନେଇ ଲୋକେ କୋଠା ବାଡେଇଲା ବେଳେ ଗରିବଙ୍କ ପାଇଁ ଆବାସ ଯୋଜନା ସାତ ସପନ ପାଲଟିଛି। ସରକାରୀ ନିୟମରେ ବନ୍ଧା ପଡିଛି ଗରିବଙ୍କ ଭାଗ୍ୟ।

ଏ ସର୍ମ୍ପକରେ ବିଡିଓ ମଧ୍ୟ ଗ୍ଦରମମ ଲିଷ୍ଟରେ ଯାହାର ନାମ ଥିବ ତାଙ୍କୁ କେବଳ ଘର ମିଳିବ ବୋଲି ସଫେଇ ଦେଇଛନ୍ତି।ଏବଂ ୨୦୧୧ ମସିହାରୁ ଏହା ଚାଲୁ ରହିଛି ବୋଲି କହିଥିଲେ। ତେବେ ପ୍ରକୃତ ହିତାଧୀକାରୀ କେମିତି ଆବାସ ଯୋଜନାରେ ସାମିଲ ହେବେ ସେ ନେଇ ସରକାର ଜରୁରୀ ପଦକ୍ଷେପ ନେବାର ଆବଶ୍ୟକତା ରହଛି।