Odiapua.com

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି

ନୟାଗଡ଼,୧୯/୧୦,(ଓଡ଼ିଆ ପୁଅ ପି ନାଏକ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଛି ବ୍ୟାପକ ଦୁର୍ନୀତି । ଏହି ଅଭିଯୋଗ ଦଶପଲ୍ଲା ଏନଏସି ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଦଶପଲ୍ଲା ରେ ପ୍ରଥମ ପର୍ଯ୍ୟାୟରେ ୪୩ ଟି ଘରର ତଦନ୍ତ କରାଯାଇଥିଲା । ସେଥିମଧ୍ୟରୁ ୨୯ଟି ହିତାଧିକାରିଙ୍କର ପକ୍କାଘର ଥିବା ବେଳେ ଜଣେ ହିତାଧିକାରୀଙ୍କର ଟିଣ ଘର ଥିବା ସହ ମିଥ୍ୟା ସତ୍ୟପାଠ ଦାଖଲ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ହାତେଇଥିବା ତଦନ୍ତରେ ଜଣାପଡିଛି । ତେବେ ସମସ୍ତ ତଦନ୍ତ ସରିବା ପରେ ଜିଲ୍ଲାପ୍ରଶାସନକୁ ରିପୋର୍ଟ ଦିଆଯିବ । ଅନେକ ତଥ୍ୟ ଏନଏସି ପ୍ରଶାସନ ପାଖରେ ରହିଥିବାରୁ ଏନଏସି ପ୍ରଶାସନ ଏସବୁ ତଥ୍ୟ ବିଡିଓଙ୍କୁ ପ୍ରଦାନ କରିବା ଚିଠି ମଧ୍ୟ କରାଯାଇଛି ।