Odiapua.com

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଶ୍ରମଦାନ କଲେ କେନ୍ଦ୍ର ମନ୍ତ୍ରୀ, ସାଂସଦ ଏବଂ ବିଧାୟକ

ସମ୍ବଲପୁର, ୧୮/୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସମ୍ବଲପୁର ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମଙ୍ଗଳବାରଦିନ ସକାଳେ ସମଲେଶ୍ୱରୀ ମନ୍ଦିର ଠାରେ ଅନୁଷ୍ଟିତ ପୂଜାରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ, ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ, ରେଂଗାଲି ବିଧାୟକ ନାଉରୀ ନାଏକ, ବିଜେପି ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର ପ୍ରମୁଖ ଦୀପଦାନ ପୂର୍ବକ ଶ୍ରୀ ମୋଦିଙ୍କ ଉଜ୍ୱଳ ଓ ନିରାମୟ ତଥା ସ୍ୱାସ୍ତ୍ୟବାନ ଜୀବନ ପାଇଁ କାମନା କରିଥିଲେ। ପରେ କେନ୍ଦ୍ର ମନ୍ତ୍ରୀ, ଲୋକସଭା ସଦସ୍ୟ ଏବଂ ଦଳର ଅନ୍ୟ କର୍ମୀମାନେ ସ୍ୱଛଭାରତ ଅଭିଯାନ ଅନୁଯାୟୀ ସ୍ୱଛତା କାର୍ଯ୍ୟକ୍ରମରେ ଭାଗନେଇ ନେଇ ମନ୍ଦିର ଓ ଏହାର ପରିପାର୍ଶ୍ୱ କୁ ସଫାସୁତୁରା କରିଥିଲେ। ପରେ ଭିକ୍ଷୁକ ମାନଙ୍କୁ ଫଳ ବିତରଣ କରାଯାଇଥିଲା। ବରିଷ୍ଟ ନେତା ବେଣୁଧର ଦାଶ, ଡ଼ା. ରାଜକୁମାର ବଡ଼ପଣ୍ଡା, ଅନିଳ ବେହେରା, ସୁଶାନ୍ତ ପୁରୋହିତ, କାର୍ଯ୍ୟକ୍ରମ ପ୍ରଭାରୀ ସମୀର ବାବୁ, ସବିତା ନନ୍ଦ ପ୍ରମୁଖ ଏହାକୁ ସଂଯୋଜନା କରିଥିଲେ। ସୂଚନା ଯୋାଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦବସ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ଦେଶରେ ସେବା ସପ୍ତାହ ପାଳନ କରାଯାଉଛି। ସେହିଭଳି ଦଳର କର୍ମୀ ମାନେ ଧନକଉଡ଼ା ଠାରେଥିବା ବୀର ସୁରେନ୍ଦ୍ର ସାଏ ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟରେ ସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏଥିରେ ଡ଼ା. ରାଜକୁମାର ବଡ଼ପଣ୍ଡା, ସବିତା ନନ୍ଦ, ସୂର୍ଯ୍ୟ ପାଣିଗ୍ରାହୀ, ଶ୍ରୀକାନ୍ତ ପାଣିଗ୍ରାହୀ, ସରୋଜ ସାହୁ, ମୁକେଶ ଜରିଓାଲ, ରଞ୍ଜିତ ରଥ, ଗୋବିନ୍ଦ ଅଗ୍ରଓାଲ, ଆରତୀ ବରାଡ଼, ପ୍ରଭାସ ଦେବତା, ଦେଓ କିରଣ ପଟ୍ଟନାୟକ ଭାଗନେଇଥିଲେ।