Odiapua.com

ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର ତା ୨୦.୮ (ଓଡ଼ିଆ ପୁଅ) – ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୭୫ତମ ଜୟନ୍ତୀ ଉତ୍ସବ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ ସଭାପତି

ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ପୂର୍ବାହ୍ନରେ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ରାଜୀବ ଭବନ ପରିସରରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ରାଜୀବଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମସ୍ତ ନେତୃବୃନ୍ଦ କଂଗ୍ରେସ ଭବନ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଭାରତ କଂଗ୍ରେସ ସଂପାଦକ ଶ୍ରୀ ରୁଦ୍ର ରାଜୁଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ହେମାନନ୍ଦ ବିଶ୍ୱାଳ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସନ୍ତୋଷ ସିଂ ସାଲୁଜା, ସୀମର କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ଡ. ଲଲାଟେନ୍ଦୁ ମହାପାତ୍ର, ଯଜେ୍ଞଶ୍ୱର ବାବୁ, ମନୋରଞ୍ଜନ ଦାଶ, ଅମୀୟ କୁମାର ପଟ୍ଟନାୟକ, ସଂଗ୍ରାମ କେଶରୀ ଜେନା, ଚିନ୍ମୟ ସୁନ୍ଦର ଦାସ, ସନ୍ଧ୍ୟା ମହାପାତ୍ର, ବିଣାପାଣି ସାମଲ, ଜାନକୀ ମଲ୍ଲିକ, ହଳଧର ସେଠୀ, ବିରେନ୍ ମୋହନ ପଟ୍ଟନାୟକ, ମନୋଜ ଜେନା, ମାନସ ଆଚାର୍ଯ୍ୟ, ପଦ୍ମାକର ଗୁରୁ, ପ୍ରକାଶ ମିଶ୍ର, ଜୟକୃଷ୍ଣ ମଲିଆ, ବିସ୍ମୟ ମହାପାତ୍ର, ସ୍ୱାଧିନବାଳା ଦାସ, ବିନୋଦିନୀ ମହାନ୍ତି, ଜ୍ୟୋତିଷ ସାହୁ, ଉଷାରାଣୀ ବେହେରା, ଲିଙ୍ଗରାଜ ସାହୁ, ନିରେଶ ପାତ୍ର, ବାଙ୍କନିଧି ବେହେରା, ସତ୍ୟସ୍ମିତ ମହାନ୍ତି, ତରୁଣ ମିଶ୍ର, ଦେଓ ପ୍ରସାଦ, ରଜନୀ କୁମାର ମହାନ୍ତି, ମନୋଜ ମହାପାତ୍ର, ହିମାଂଶୁ ଲେଙ୍କା, ଜୟକୃଷ୍ଣ ସୁୁବୁଦ୍ଧି, ଦେବାଶିଷ ଭୂୟାଁ, ରାଜକିଶୋର ବାରିକ, ସଂକୁନା କହଁର, ଆଲୋକ ମହାନ୍ତି, ପ୍ରକାଶ ଜେନା, ଦୀପକ କୁମାର ସାହୁ, ସଂଜୟ ମିଶ୍ର, ମଂଟୁ ମଲ୍ଲିକ, ଦିଲ୍ଲିପ ସ୍ୱାଇଁ, ମହମ୍ମଦ ଶାହାଦୁଲ୍ଲା, କହ୍ନେଇ ଚରଣ ସେଠୀ, ନିହାର ବଳ, କୁଳମଣି ସାହୁ, ସାଗର ପରିଡା, ସୁଚନ୍ଦ୍ର ବାରିକ, ମୁନି ଥାପ୍ପା, ଦେବେନ୍ଦ୍ର ଦାସ, କୈଳାସ ସାହୁ, ଜମ୍ବେଶ୍ୱର ମଲ୍ଲିକ, ଖଗେଶ୍ୱର ମଲିକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।