Odiapua.com

ପ୍ରଦେଶ କଂଗ୍ରେସ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର ୨୭.୫ (ଓଡ଼ିଆ ପୁଅ) – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ମାଷ୍ଟରକ୍ୟାଂଟିନ୍ ଛକ ସ୍ଥିତ ପଣ୍ଡିତ ନେହେରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ପରିସରରେ ନେହେରୁଙ୍କ ପ୍ରତିମୂର୍ତିରେ ପିସିସି ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପ୍ରଦୀପ ମାଝୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ଦେଓ ପ୍ରସାଦ, ବିଶ୍ୱ ଭୂଷଣ ଦାସ, ବିଷ୍ଣୁଚରଣ ବାରିକ, ନରେଶ ମହାନ୍ତି, ସତ୍ୟସ୍ମିତ ମହାନ୍ତି, ଜ୍ୟୋତିଷ ସାହୁ, ପ୍ରଶାନ୍ତ ଶତପଥି, ଦୀପକ ମହାପାତ୍ର, ଶୈଳେନ୍ଦୁ ମଜୁମଦାର, ସଂକୁନା କହଁର, ଦେବୀପ୍ରସାଦ ବାହାଲିଆ, ସଂଜୟ ମିଶ୍ର, ସରୋଜ ପାତ୍ର, ନୀରଦ ବରଣ ଖୁଂଟିଆ, ପ୍ରକାଶ ମିଶ୍ର, ତାପସ ସେଠୀ, ନିରଞ୍ଜନ ନାୟକ, ରାଜକିଶୋର ବାରିକ, ଆତ୍ମାରାମ ପତି, ମନୋଜ ସାହୁ, ପବିତ୍ର ରଂଜନ ସେନାପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।