Odiapua.com

ପ୍ରଦେଶ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳିତ

ଭୁବନେଶ୍ୱର ୧୧-୮ (ଓଡ଼ିଆ ପୁଅ) – ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ଭାରତ ଛାଡ଼ ଆନ୍ଦୋଳନ ବା କ୍ରାନ୍ତିଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ କଳ୍ପନାଛକ ସ୍ଥିତ ସହିଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। ସେଠାରେ ଭାରତ ଛାଡ଼ ଆନ୍ଦୋଳନ ସ୍ମୃତିସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଏହି ଦିନର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ପରେ କଂଗ୍ରେସ ଭବନ ଠାରେ ଶ୍ରୀ ପଟ୍ଟନାୟକ ଏବଂ କଂଗ୍ରେସ ନେତୃବୃନ୍ଦ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଗୁରୁପଦ ନନ୍ଦ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ଅମୀୟ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ରଶ୍ମି ମହାପାତ୍ର, ବିଣାପାଣୀ ସାମଲ, ହଳଧର ସେଠୀ, ଜାନକୀ ମଲ୍ଲିକ, ଲିଙ୍ଗରାଜ ସାହୁ, ଉଷାରାଣୀ ବେହେରା, ଜ୍ୟୋତିଷ ସାହୁ, ସଂକୁନା କହଁର, ସ୍ୱାଧୀନବାଳା ଦାସ, ଦୀପକ ସାହୁ, ମନୋରଞ୍ଜନ ରାଉତରାୟ, ଦେବେନ୍ଦ୍ର ଦାସ, ସ୍ନେହଲତା ନାୟକ, ମୁନି ଥାପ୍ପା, କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।