Odiapua.com

ପ୍ରଦୂଷଣ କମ୍ କରିବା ଉଦ୍ଦେଶ୍ୟରେ ଆଜିଠୁ ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି – ଅଡ୍ ଇଭିନ୍

ନୂଆଦିଲ୍ଲୀ, ୦୪/୧୧: (ଓଡ଼ିଆ ପୁଅ/ପି ନାୟକ) ଆଜିଠୁ ଦିଲ୍ଲୀରେ ଆରମ୍ଭ ହୋଇଛି ଅଡ ଇବିନ୍‌ ନମ୍ବର। ଅଡ ଇଭିନ୍‌ ସିଷ୍ଟମ ଦିଲ୍ଲୀରେ ତୃତୀୟ ଥର ପାଇଁ ପୁର୍ନବାର ଲାଗୁ ହୋଇଛି। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିଥିବାରୁ ଦିଲ୍ଲୀକୁ ପ୍ରଦୂଷଣକୁ କମ୍ କରିବା ପାଇଁ ସରକାର ଏହି ସ୍କିମ୍ ଲାଗୁ କରିଛନ୍ତି। ସରକାରଙ୍କ ଆଶା ଅଛି ଯେ ଏହି ଫର୍ମୁଲା ଲାଗୁ ହେଲେ ଦିଲ୍ଲୀ ରାସ୍ତାରେ ଗାଡି ଚାଲିବା ସଂଖ୍ୟା କମ୍‌ହେବ ଆଉ ପ୍ରଦୂଷଣ ମାତ୍ରା କମ୍‌ହେବ। ଯଦି ଆପଣଙ୍କ ଗାଡିର ନମ୍ବରପ୍ଲେଟ୍‌ର ଶେଷ ନମ୍ବର ଇବେନ୍‌ ଅର୍ଥାତ୍‌୨, ୪, ୬, ୮, ୦ ଲେଖା ଅଛି ତେବେ ଆପଣ ନିଜ କାରକୁ ୪, ୬, ୮, ୧୦, ୧୨ ଓ ୧୪ ତାରିଖକୁ ରାସ୍ତାକୁ ବାହାର କରିପାରିବେ। ଯଦି ଆପଣଙ୍କ ଗାଡିର ନମ୍ବର ପ୍ଲେଟ୍‌ର ଶେଷ ନମ୍ବର ଅଡ଼ ନମ୍ବର ଅର୍ଥାତ୍‌ଅର୍ଥାତ୍‌୧, ୩, ୫, ୭, ୯ ଅଛି ତେବେ ଆପଣ ୫, ୭, ୯, ୧୧, ୧୩ ଓ ୧୫ ତାରିଖରେ ନିଜ କାରକୁ ଦିଲ୍ଲୀର ରାସ୍ତାରେ କାଡି ଚଲାଇପାରିବେ। ଦିଲ୍ଲୀ ସରକାର ଏହି ସ୍କିମ୍‌କୁ ୪ରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଲାଗୁ କରିଛନ୍ତି।