Odiapua.com

ପ୍ରଥମ ପର୍ଯ୍ୟାୟରେ ୧୦୮୦୬ ଜଣ କୋରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯିବ

ପୁରୀ, ୧୫/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କାଲିଠୁ ପୁରୀ ଜିଲ୍ଲାରେ ଆରମ୍ଭ ହେବ କୋଭିଡ଼ ଟିକାକରଣ କାର୍ଯ୍ୟକ୍ରମ। ଏଥିପାଇଁ ଟ୍ୟାକ୍ସଫୋର୍ସ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏକ ସପ୍ତାହ ଧରି ଚାଲିବାକୁଥିବା ଏହି ଟିକାକରଣ କାର୍ଯ୍ୟକ୍ରମରେ ଜିଲ୍ଲାର ୧୦୮୦୬ଜଣ କୋରୋନା ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ଦିଆଯିବ। ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ସମେତ ଦୋଳବେଦୀ କୋଣ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମଙ୍ଗଳପୁର, ସତ୍ୟବାଦୀ, ଚନ୍ଦନପୁର, ଗୋପ, ଡ଼େଲାଙ୍ଗ ଓ କଣାସ ଆଦି ୮ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ। ୧୭ ତାରିଖ ଠାରୁ ଜିଲ୍ଲାର ଅନ୍ୟ ୬୨ ଟି ସ୍ୱସ୍ଥ୍ୟକେନ୍ଦ୍ରରେ କୋଭିଡ଼ ଟିକା ପ୍ରଦାନ କରାଯିବ। ଟିକା ଦେବା ପାଇଁ ୨୯୭ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି। ଟିକାକରଣ ସମୟରେ ପ୍ରତି ବ୍ଲକ ଉନ୍ନୟନ ଅଧିକାରୀଙ୍କ ତତ୍ୱାବଧାନରେ ଆବଶ୍ୟକତା ଅନୁଯାୟୀ ପୋଲିସ, ଆମ୍ବୁଲାନ୍ସ ଓ କର୍ମଚାରୀଙ୍କୁ ମୃତୟନ କରାଯିବ।