Odiapua.com

ପ୍ରଥମ ଦିବସରେ ୧୫ଟି ମଣ୍ଡିରେ ଧାନକ୍ରୟ ଆରମ୍ଭ,ପ୍ରଥମେ ମହିଳା ସ୍ୱୟଂସହାୟକ ଗୋଷ୍ଠି ଧାନକିଣିଲେ

ମାଲକାନଗିରି,୨୨ା୧୧ (ଓଡିଆ ପୁଅ )   ମାଲକାନଗିରି ଜିଲ୍ଲାରେ ଖରିପଚାଷର ଧାନମଣ୍ଡି ଗତ ୧୫ତାରିଖରେ ଉଦଘାଟିତ ହୋଇଥିବା ବେଳେ ଚାଷୀଙ୍କୁ ଟୋକନ ଦିଆଯାଇ ନଥିବାରୁ ଚାଷୀମାନେ ଧାନବିକ୍ରୟ କରିପାରିନଥିଲେ । ଜିଲ୍ଲାର ୨୯୭୩୨ଜଣ ଚାଷୀ ଙ୍କ ମଧ୍ୟରୁ ଗତକାଲି ଅନଲାଇନରେ ୩୮୭୨ ଜଣ ଚାଷୀମାନଙ୍କୁ ଟୋକନ ଇସୁହେବା ପରେ ଆଜି ଠାରୁ ମାଲକାନଗିରି ଜିଲ୍ଲାର ୧୫ଟି ମଣ୍ଡିରେ ଧାନକ୍ରୟ ଆରମ୍ଭ ହୋଇ ଯାଇଛି । ବିଶେଷ କରି  ମାଲକାନଗିରି ବ୍ଲକସ୍ଥ ଚାଲାଣଗୁଡା ମଣ୍ଡିରେ ୨ହଜାର କୁଇଟାଂଲ ଧାନ କ୍ରୟ କରାଯିବା ପାଇଁ ନିସ୍ପତି ନିଆ ଯାଇ ୬୭ଜଣ ଚାଷୀଙ୍କୁ ଟୋକନ ଇସୁ ହୋଇଛି । ପ୍ରଥମେ ଆଜି ଚାଲାଣଗୁଡା ମଣ୍ଡିରେ ଲକ୍ଷ୍ମିଦେବୀ ମହିଳା ମଣ୍ଡଳ ସ୍ୱଂୟସହାୟକ ଗୋଷ୍ଠିଙ୍କୁ ଧାନ କ୍ରୟପାଇଁ ଦାଇତ୍ୱ ଦିଆ ଯାଇଛି ,ଚଳିତ ବର୍ଷ ଦଲାଲମୁକ୍ତ କରିବାପାଇଁ ମଣ୍ଡିରେ ଧାନବିକ୍ରୟ କରିବାକୁ ଆସିଥିବା ଚାଷୀମାନଙ୍କ  ଆଧାରକାର୍ଡ ସହିତ ସେମାନଙ୍କ ଆଇ ସ୍କାନର କରାଯାଇଛି । ଚାଲାଣଗୁଡା ଧାନ ମଣ୍ଡିରେ ଲକ୍ଷ୍ମି ଦେବୀ ମହିଳାସ୍ୱୟଂ ସହାୟକ ଗୋଷ୍ଠି ର ସଭାନେତ୍ରୀ  ଲକ୍ଷ୍ମୀସିକଦାର,ସମ୍ପାଦିକା ସାଧନା ହାଲଦାର ଓ ଅନ୍ୟାନ ମହିଳା ମାନେ ଉପସ୍ଥିତ ରହି ଅଧିକାରୀ ମାନଙ୍କ ସହ ଧାନଗୁଡିକୁ ଜାଂଚ କରି ଧାନକ୍ରୟ କରିଛନ୍ତି । ଜିଲ୍ଲାର ସମସ୍ତ ଧାନ ମଣ୍ଡିରେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରାଯିବାପାଇଁ  ଆଇ ସ୍କାନର ମେସିନ ଯୋଗାଇ ଦିଆ ଯାଇଛି । ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ  କୁଇଂଟାଲ ଧାନ ୬୩ଟି ମଣ୍ଡିରେ କ୍ରୟହେବା ପାଇଁ ନିସ୍ପତି ନିଆ ଯାଇଛି । ଚଳିତବର୍ଷ ଖରିପରେ ସାଧାରଣ କିସମ ଧାନ କୁଇଟାଂଲ ପିଛି ୧୮୧୫ଟଙ୍କା , ଗ୍ରେଡ ଏ  କିସମ ଧାନ ୧୮୩୫ ଟଙ୍କା ସରକାରି ଦର ଧାର୍ଯ୍ୟ କରାଯାଇଛି । ଜିଲ୍ଲାରେ ସୁଚାରୁ ଭାବେ ଚାଷୀମାନଙ୍କ ଠାରୁ ଧାନକ୍ରୟ କରି ୪୮ଘଟାଂ ଭିତରେ ଅନଲାଇନ ମଧ୍ୟମରେ ସେମାନଙ୍କ ପ୍ରାପ୍ୟ ଚାଷୀଙ୍କ ଜମା ଖାତାରେ ପଇଠ କରାଯିବ । ଜିଲ୍ଲାର ବିଭିନ୍ନ ଲ୍ୟାମ୍ପସରେ ୩୦,୪୦୭ଜଣ ଚାଷୀ ନାମପଜିଂକୃତ କରିଥିବା ବେଳେ ସେମାନଙ୍କ ଆବଶ୍ୟକ ଜମିର କାଗଜ ପତ୍ର ଠିକ ନଥିବାରୁ ପରବର୍ତି ସମୟରେ ୨୯୭୩୨ଜଣ ଚାଷୀଙ୍କ ନାମପଜିଂକରଣ କାଏମ ଥିବାର ଜଣାପଡିଛି । ମଣ୍ଡିଗୁଡିକରେ ଦଲାଲ ମୁକ୍ତ କରିବା ପାଇଁ ସମସ୍ତଚାଷୀଙ୍କୁ ଟୋକନ ବ୍ୟବସ୍ଥା କରାଯାଇଛି, ବିନା ଟୋକନ ଚାଷୀଙ୍କ ଧାନ କ୍ରୟ ହେବନାହିଁ,  ମାଲକାନଗିରି ଜିଲ୍ଲାରୁ ଚୋରା ବେପାରି ମାନେ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନକ୍ରୟକରି ଯେପରି ବାହର ରାଜ୍ୟକୁ ଚାଲାଣ ନକରନ୍ତି ସେଥିପ୍ରତି ଜିଲ୍ଲାପ୍ରଶାସନ ସଜାଗରହିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ କହିଛନ୍ତି ।