Odiapua.com

ପ୍ରଥମେ ମୋବାଇଲରେ ନାବାଳିକା ସହ ପ୍ରେମ ସମ୍ପର୍କ, ଏକ ବର୍ଷ ପରେ ପ୍ରେମିକର ପ୍ରତାରଣା, ଅଭିଯୁକ୍ତ ଗିରଫ

ବଲାଙ୍ଗୀର, ୦୪-୦୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ନାବାଳିକା ତଥା ଦଳିତ ନାବାଳିକା ସହ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଲ ଫାଣ୍ଡି ଫପସି ଅଞ୍ଚଳର ଜଣେ ଦଳିତ ବର୍ଗର ୧୭ ବର୍ଷୀୟ ନାବାଳିକା ଝିଅଙ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ପ୍ରଥମେ ପ୍ରେମ କରିବା ଓ ଦୁହେଁ ମିଶି ଗ୍ରାମର ଏକ ଶିଵ ମନ୍ଦିରରେ ବିବାହ କରିଥିଲେ। ଅଭିଯୋଗ ଅନୁଯାୟୀ, ଗତ ୧୧.୨.୨୦ରେ ପ୍ରେମୀକ ନାବାଳିକା ଝିଅକୁ ପ୍ରେମ କରିବା ପରେ ଦୁହେଁ ଏକ ଶିବ ମନ୍ଦିରରେ ବାହା ମଧ୍ୟ ହୋଇଥିଲେ। ପରେ ୧୧.୩.୨୦ ମସିହାରେ ଦୁହେଁ ବାହ୍ୟ ରାଜ୍ୟ ର ବେଙ୍ଗାଲୁରୁକୁ ଯାଇଥିଲେ। ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ସମ୍ପର୍କ ରଖି ଆସିଥିଲେ। ଉଭୟ ଚଳିତ ବର୍ଷ ମେ ମାସରେ ନୂଆଖାଇ ପର୍ଵ ପାଇଁ ନିଜ ଘରକୁ ଫେରିଥିବା ବେଳେ ପ୍ରେମିକ ଉକ୍ତ ନାବାଳିକାକୁ ଆଉ ସାଙ୍ଗରେ ନ ରଖିବା ଓ ପ୍ରେମିକ ଘରେ ପୁରେଇ ଦେଇ ନ ଥିଲା। ଏ ନେଇ ନାବାଳିକା ଝିଅ ଓ ପରିବାର ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ କେସ ନମ୍ବର ୨୪୬ରେ ଏକ ମାମଲା ରୁଜୁ କରି ପ୍ରେମିକକୁ ଗିରଫ କରି ଅଧିକ ତଦନ୍ତ କରୁଥିବା ପୋଲିସ ସୂଚନା ଦେଇଛି।