Odiapua.com

ପ୍ରତିଶୋଧ ରାଜନୀତିରେ ମୋଦି ସରକାରଙ୍କ ଦ୍ୱାରା ଇଡିକୁ ମୋହରା, ସୋନିଆଙ୍କୁ ଇଡି ଜେରା ପ୍ରତିବାଦରେ କଂଗ୍ରେସର ପ୍ରତିବାଦ ସଭା ଓ ମୁଖ୍ୟ ରାସ୍ତା ଅବରୋଧ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କେନ୍ଦ୍ରରେ ନେରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଜନ ଆକ୍ରୋଶ ବଢ଼ିବାରେ ଲାଗିଛି। ବିଭିନ୍ନ ନୀତିଗତ ପ୍ରସଙ୍ଗରେ ଏହି ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ। ଶେଷରେ ଗରିବଙ୍କ ଖାଦ୍ୟ ଚୂଡା ଓ ମୁଢ଼ୀ, କ୍ଷୀର ଓ ଦହି ଉପରେ ମଧ୍ୟ ମୋଦି ସରକାର ଜିଏସଟି ଲାଗୁ କରିଛନ୍ତି। ଯାହାକି ଦୁର୍ଭାଗ୍ୟଜନକ। ନିଜର ଦୋଷ ଦୁର୍ବଳତାକୁ ସାଧାରଣ ଲୋକଙ୍କ ନଜର ଆଢ଼ୁଆଳରେ ରଖିବାକୁ କେନ୍ଦ୍ର ସରକାରଙ୍କ ପରିଚାଳିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇ.ଡି.କୁ ମୋହରା କରିଛନ୍ତି। କିନ୍ତୁ କଂଗ୍ରେସର ମୁଖ୍ୟ ସୋନିଆ ଗାନ୍ଧୀ ଓ ଭାରତର ଯୁବ ମାନସର ପ୍ରତୀକ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଏହି ଧମକକୁ ଖାତିର କରି ନାହାନ୍ତି। ତେଣୁ ଉଭୟ କେନ୍ଦ୍ର ସରକାରଙ୍କ ସମସ୍ତ ଜନବିରୋଧୀ ନିତୀ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ମୋଦି ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି। କୌଣସି ଭିତ୍ତିଭୂମୀ ନଥାଇ ରାହୁଲ ଓ ସୋନିଆଜୀଙ୍କୁ ଇ.ଡି. ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ କହିଛନ୍ତି। ଏହିକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରତିବାଦ ଧାରଣା କାର୍ଯ୍ୟକ୍ରମରେ ଶ୍ରୀ ଦାସ କହିଥିଲେଯେ ଇଡି ଓ ସିବିଆଇକୁ ଯେତେ ବ୍ୟବହାର କଲେବି ରାହୁଲ ଗାନ୍ଧି ଓ ସୋନିଆଜୀ କେବେ ମୁଖ୍ୟ ପ୍ରସଙ୍ଗରୁ ଓହରିବେ ନାହିଁ। ସେମାନେ ବାରମ୍ବାର ପ୍ରଶ୍ନ ପଚାରୁଛନ୍ତି “ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ କାର୍ହିକି(?), ଗ୍ୟାସ ଦର ୧ହଜାର ୫୭ କାହିଁକି(?), ସୈନ୍ୟବାହିନୀରେ ଠିକା ଅଗ୍ନିପଥ ନିଯୁକ୍ତିି କାହିଁକି(?), ସୀମା ଆଜି ଅସୁରକ୍ଷିତ କାହିଁକି(?), (ଚୀନ ସୀମା ଅତିକ୍ରମ କରିବା) ଦେଶକୁ ବିଭ୍ରାନ୍ତକର ମନ୍ତବ୍ୟ ଦେଇ ଭାଇଚାରା ନଷ୍ଟ କରୁଛ କାହିଁକି(?), ନିଜ ଦଳର ଯୌନ ପିପାସୁ ନେତା ମନ୍ତ୍ରୀମାନଙ୍କ କବଳରୁ ମହିଳା କେବେ ସୁରକ୍ଷିତ ହେବେ”।

ତେଣୁ ଏପରି ଯୁକ୍ତିଯୁକ୍ତ ପ୍ରସଙ୍ଗ ଉତ୍‌ଥାପନ କରିବା କ’ଣ ଭୂଲ କି ବୋଲି ଶ୍ରୀ ଦାସ ନିଜ ବକ୍ତବ୍ୟରେ ପ୍ରଶ୍ନ କରିଥିଲେ। ସେହିପରି ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି କହିଥିଲେଯେ ଦେଶ ଏମେ ଚରମ ଦୁର୍ଦ୍ଦିନ ଦେଇ ଗତି କରୁଛି। ଦୁର୍ନିତି ଚରମ ସୀମାରେ ପହଞ୍ଚିଛି। ଅର୍ଥ ବ୍ୟବସ୍ଥା ଚୁଲିକୁ ଗଲାଣି। ନିଯୁକ୍ତ ନାହିଁ। ଯୁବ ସମାଜ ରାଜରାସ୍ତାରେ। ଦରଦାମ ବୃଦ୍ଧି ଘଟି ଚାଲିଛି। ଯାହା ଜଣାପଡ଼ୁଛି ନିକଟ ଭବିଷ୍ୟତରେ ଭାରତରେ ଶ୍ରୀଲଙ୍କା ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ। ତେଣୁ ନିଜ ଦୁର୍ବଳତାକୁ ଘଣ୍ଟ ଘୋଡ଼ାଇବାକୁ ଯାଇ ମୋଦି ସରକାର ପ୍ରତିଶୋଧ ପରାୟଣ ରାଜନିତୀରୁ ବିରତ ରୁହନ୍ତୁ ବୋଲି ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ। ଏହି ପ୍ରତିବାଦ ସଭାରେ ଚାନ୍ଦବାଲି ବିଧାନସଭା ନେତା ଦିଗମ୍ବର ଦାସ, ବରିଷ୍ଠ ନେତା ପଞ୍ଚାନନ ମଣ୍ଡଳ, କୃଷକ ନେତା ନରନାରାୟଣ ଜେନା, ଜିଲ୍ଲା ମହିଳା କଂଗ୍ରେସ ସଭାପତି ସବିତା ଚାନ୍ଦ, ଡାକ୍ତର ରବି ମହାପାତ୍ର, ଭଣ୍ଡାରିପୋଖରୀ ବ୍ଳକ କଂଗ୍ରେସ ସଭାପତି ରଜନୀ ଚାନ୍ଦ, ବନ୍ତ ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ, ଜିଲ୍ଲା ମୁଖପାତ୍ର ଭବେନ୍ଦ୍ର ସାହୁ, ଅକ୍ଷୟ ବେହେରା, ସେକ୍ ଅମିନ୍ ସିଦ୍ଦିକ, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହେମନ୍ତ ମହାପାତ୍ର, ସୁବ୍ରତ ବେହୁରା, ଅକ୍ଷୟ ବେହେରା, ରମେଶ ଭାରତୀ, ବୈଲୋଚନ ପଣ୍ଡା, ରାଜନ ଲାହା, ଅଶ୍ରଫ ଅଲ୍ଲୀ ଖାନ, ପିତବାସ ଧଳ, ପ୍ରସନ୍ନ ଧଳ, ଏନାମୁଲ ହକ୍‌, ବିଜୟ ବାରିକ, ରଂଜନ ଜେନା, ରାଜକିଶୋର ପଣ୍ଡା, ସତ୍ୟ ପୁହାଣ, ଟୋନୀ ଅଲ୍ଲୀ, ପ୍ରଦୀପ୍ତ କିଶୋର ଦାସ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।