ନୂଆ ଦିଲ୍ଲୀ ୧୬-୪ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ରାମପୁରର ଏହି ଆଶ୍ଚର୍ଯ୍ୟଜନକ ଘଟଣା। ଏକରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତି ସାପକୁ ହତ୍ୟା କରିଥିବାର ପ୍ରତିଶୋଧ ନେଉଛି ନାଗୁଣୀ। ୭ ଥର କାମୁଡ଼ିଲାଣି, କିନ୍ତୁ ପ୍ରତ୍ୟେକ ଥର ଉକ୍ତ ବ୍ୟକ୍ତି ଜଣକ ଠିକ ସମୟରେ ଉପଚାର ପାଇ ବଞ୍ଚି ଯାଉଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାସ୍ତବରେ, ରାମପୁର ଜିଲ୍ଲାରେ ମିର୍ଜାପୁର ଗାଁର ବାସିନ୍ଦା ଏହସାନ ଛଦ୍ମନାମ ବବୁଲୁ ଏକ କୃଷି ଫାର୍ମରେ କାମ କରନ୍ତି। ସାତ ମାସ ପୂର୍ବରୁ ସେ ନାଗ ଏବଂ ନାଗୁଣୀ ଖେଳୁଥିବା ସମୟରେ ନାଗକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ ଏବଂ ନାଗୁଣୀ ଖସି ପଳାଇଥିଲା। କିନ୍ତୁ ନାଗୁଣୀ ନାଗର ମୃତ୍ୟୁର ପ୍ରତିଶୋଧ ନେବାକୁ ଯେପରି ସ୍ଥିର କରି ନେଇଛି।
ସିନେମା କାହାଣୀ ପରି, ନାଗୁଣୀ ସୁଯୋଗ ପାଇବା ମାତ୍ରେ ଏହସାନ (ବବୁଲୁକୁ) କୁ କାମୁଡି ଦେଉଛି, କିନ୍ତୁ ଠିକ୍ ସମୟରେ ଚିକିତ୍ସା ପାଇବା ପରେ ସେ ବଞ୍ଚି ଯାଉଛନ୍ତି। କିଛି ଦିନ ପୂର୍ବରୁ, ନାଗୁଣୀ ପୁଣି ଥରେ ତାଙ୍କୁ ଆକ୍ରମଣ କରିଥିଲା ଏବଂ ସେ ପୁଣି ଠିକ ଭାବରେ ଚିକିତ୍ସା ପାଇ ବଞ୍ଚିବା ସହିତ ନାଗୁଣୀ ମଧ୍ୟ ବବୁଲୁ ଠୋଙ୍ଗାରୁ ବାରମ୍ବାର ଖସିଯାଉଛି। ନାଗୁଣୀର ଏହି ପ୍ରତିଶୋଧର କାହାଣୀ ଶୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏବେ ବବୁଲୁ ଭୟରେ ବଞ୍ଚିହାକୁ ବାଧ୍ୟ ହେଉଛନ୍ତି।
ଏହାର ଶେଷ କେବେ ହେବ ତାହା କେହି ଜାଣି ନାହାଁନ୍ତି। ଏହି କାହାଣୀ ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଥିବା ବେଳେ ସେ ଅତ୍ୟନ୍ତ ଗରିବ ଏବଂ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରି ପରିବାର ଚଲାଉ ଥିବା ବେଳେ ତାଙ୍କର ଚାରୋଟି ସନ୍ତାନ। ଏବେ ତାଙ୍କର ନାଗୁଣୀଠାରୁ ଭୟ ଏବଂ ମୃତ୍ୟୁ ତାଙ୍କୁ ଡରଉଛି। ସୂଚନାଯୋଗ୍ୟଯେ, ୭ ମାସ ପୂର୍ବରୁ ସେ ଦୁଇଟି ସାପ ଦେଖିଥିଲେ। ସେ ଜଣକୁ ମାରି ଭୂଇଁରେ ପୋତି ଦେଇଥିଲେ। ସେବେଠାରୁ ଅନ୍ୟ ସାପଟି ତାଙ୍କୁ ୭ ଥର କାମୁଡ଼ି ସାରିଲାଣି। କ୍ଷେତରେ କାମ କରୁଥିବା ବେଳେ ତାଙ୍କୁ ସାପଟି ବାରମ୍ବାର ପଠପଟୁ ଆସି କାମୁଡ଼ି ଦେଉଛି।