Odiapua.com

ପ୍ରତାରଣା ଓ ନିର୍ଯ୍ୟାତନା ଅଭିଯୋଗ ଆଣି ଥାନା ଦ୍ୱାରସ୍ଥ ସ୍ନେହଲତା ଦାସ, ଅନ୍ତସତ୍ତ୍ୱା କରି ପ୍ରତାରିତ କଲା ପ୍ରେମିକ ସ୍ୱାମୀ

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ଖୋଳାମୁହଁରେ ବସବାସ କରୁଥିବା ସ୍ନେହଲତା ଦାସ ପ୍ରେମିକ ସ୍ୱାମୀ ଓ ପରିବାର ବିରୋଧରେ ଥାନାରେ ପ୍ରତାରଣା ଓ ଶାରିରୀକ ନିର୍ଯ୍ୟାତନା ଅଭିଯୋଗ କରିଥିବା ଜଣାଯାଇଛି । ନପଙ୍ଗ ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିବାରୁ ଉଭୟ ମନ୍ଦିର ଓ କୋର୍ଟରେ ବିବାହ କରିଥିଲେ । ପତ୍ନୀକୁ ନେଇ ପ୍ରଫୁଲ୍ଲ ନପଙ୍ଗ ପୈତୃକ ଘରେ ବସବାସ କରୁଥିଲେ । ଇତି ମଧ୍ୟରେ ସ୍ନେହଲତା ଅନ୍ତସତ୍ତ୍ୱା ହୋଇଥିଲେ । ଏହାପରେ ସ୍ନେହଲତାଙ୍କ ଉପରେ ସ୍ୱାମୀ, ଶାଶୁ, ଶ୍ୱଶୁର, ଯାଆ ଓ ଶାଶୁଘର ଲୋକେ ଶାରିରୀକ ଆକ୍ରମଣ କରିଥିଲେ । ସ୍ନେହଲତା ଶାଶୁଘର ଛାହି ଏବେ ବାପଘରେ ରହୁଥିବା ଜଣାଯାଇଛି । ଶ୍ୱଶୁର ଘର ଲୋକଙ୍କ ବିରୋଧରେ ପ୍ରତାରଣା ଓ ନିର୍ଯ୍ୟାତନା ଅଭିଯୋଗ ଆଣି ଗତ ୧୯ ତାରିଖରେ ଥାନାରେ ସ୍ନେହଲତା ଅଭିଯୋଗ କରିଥିବା ଜଣାଯାଇଛି । ଏହାର ଉପଯୁକ୍ତ ତଦନ୍ତ ସହ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ନେହଲତା ନିବେଦନ କରିଛନ୍ତି ।