Odiapua.com

ପ୍ରତାପ ପଣ୍ଡାଙ୍କ ୧୩ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ, ପ୍ରତାପ ଥିଲେ ଜଣେ ଅନନ୍ୟ ବ୍ୟକ୍ତିତ୍ୱ

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ସର୍ବ ଭାରତୀୟ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଷ୍ଟ୍ରୀୟ କାର୍ଯ୍ୟକର୍ତା, ଅଖିଳ ଭାରତୀୟ ଖଣିଜ ଧାତୁ ମଜଦୂର ମହାସଂଘର ରାଷ୍ଟ୍ରିୟ ସହସମ୍ପାଦକ ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ୧୩ତମ ଶ୍ରାଦ୍ଧ ସମାରୋହ ଭଦ୍ରକ ସହର ସ୍ଥିତ ଶହୀଦ୍ ସ୍ମୃତି ଭବନ (ଟାଉନ ହଲ) ଠାରେ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ହୋଇ ଯାଇଛି । ସକାଳେ ବିଷ୍ଣୁପୁର ଛକ ସ୍ଥିତ ସ୍ୱର୍ଗତ ପଣ୍ଡାଙ୍କ ପ୍ରତିମୂର୍ତିରେ ବହୁ ବୁଦ୍ଧିଜୀବୀ, ଭାରତୀୟ ମଜଦୂର ସଂଘର କର୍ମକର୍ତା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ବାଢିଥିଲେ । ପରେ ପ୍ରତାପ ପଣ୍ଡା ସ୍ମୃତି ସଂସଦ ଆନୁକୂଲ୍ୟରେ ଟାଉନହଲ (ଶହୀଦ୍ ସ୍ମୃତି ଭବନ)ରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ମୃତି ସଂସଦର ସଭାପତି ପୂର୍ଣ୍ଣଚନ୍ଦ୍ର ଖିଲାରଙ୍କ ପୌରୋହିତ୍ୟ ଏବଂ ପ୍ରଧାନ ଶିକ୍ଷକ ବିଜୟ ମିଶ୍ରଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଦୀପକ କୁମାର ମହାନ୍ତ, ବିଶିଷ୍ଟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସମ୍ମାନନୀୟ ଅତିଥ ଭାବେ ବସନ୍ତ ସାହୁ, ପୂର୍ବତନ ରାଷ୍ଟ୍ରିୟ ସଭାପତି ଅଖିଳ ଭାରତୀୟ କୃଷି ଗ୍ରାମୀଣ ମଜଦୂର ମହାସଂଘ, ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା ଅଧିକାରୀ ରାଜକିଶୋର ଦାଶ ଯୋଗ ଦେଇ ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ପଣ୍ଡା ଛାତ୍ର ଜୀବନରୁ ସମାଜର ତଳ ଶ୍ରେଣୀ ଲୋକମାନଙ୍କ ହକ୍ ପାଇଁ ଲଢ଼େଇ ଆରମ୍ଭ କରିଥିଲେ । ଭାରତୀୟ ମଜଦୂର ସଂଘ ସହିତ ସାମିଲ ହୋଇ ସର୍ବଭାରତୀୟ କାର୍ଯ୍ୟକର୍ତା ଭାବେ ନିଜର ପ୍ରତିଭାର ପରିଚୟ ଦେଇଥିଲେ । ଅଦମ୍ୟ ସାହସ, ନିର୍ଭୀକତା, ପ୍ରବଳ ଇଚ୍ଛାଶକ୍ତି ତାଙ୍କୁ କେବେ ହାର ମାନିବାକୁ ଦେଇ ନଥିଲା । ପ୍ରତାପ ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ । ସଂଘୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଏକ ସଡ଼କ ଦୁର୍ଘଟଣାରେ ୨୦୧୧ ମସିହା ଅଗଷ୍ଟ ୨୩ ତାରିଖରେ ତାଙ୍କର ନାଗପୁର ଠାରେ ଦେହାନ୍ତ ହୋଇଥିଲା । ତାଙ୍କ ନିଧନ ସମଗ୍ର ଶ୍ରମିକ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ନ୍ୟଟ୍ୟକାର ସୁଧାଂଶୁ ନାୟକ, ତ୍ୟାଗଭୂମି ସଭାପତି ଅଜୟ ନାୟକ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଗତ ୪ ତାରିଖରେ ବିଷ୍ଣୁପୁର ଫୁଟବଲ ପଡ଼ିଆଠାରୁ କେନାଲ ବନ୍ଧ ଯାଏଁ ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ପ୍ରତିଭା ଭାବେ ଆଚାର୍ଯ୍ୟ ପ୍ରତାପ ଚନ୍ଦ୍ର ଦାଶ, ସମାଜସେବୀ ରଘୁନାଥ ଦାସଅଧିକାରୀ, ଶ୍ରମିକନେତା ସୁରେନ୍ଦ୍ର ପ୍ରସାଦ ରାୟ, କଳା ପ୍ରତିଭା ନାଟ୍ୟକାର ଅରୁଣ ବାରିକ, କୃଷି ପ୍ରତିଭା ଅର୍ଜୁନ ଚରଣ ସେଠୀ, ଛାତ୍ର ପ୍ରଶାନ୍ତ କୁମାର ଦଳେଇଙ୍କୁ ସଂସଦ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୩୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଧର ସେଠୀ, କମଳାକାନ୍ତ ସାହୁ, ଅଶୋକ ନାୟକ, ବିଶ୍ୱନାଥ ଜେନା, ଲକ୍ଷ୍ମିପ୍ରିୟା ରାଉତ, ସନ୍ଧ୍ୟାରାଣୀ ପହି, ବିଜୟିନୀ ଦାସ, ବସନ୍ତ ବଳ, ମନୋଜ ସାହୁ, ତପନ ପାତ୍ର, ଯୋଗେଶ୍ୱର ଦାସ, ସୁରେଶ ସାମଲ, ବିକାଶ ସାମଲ, ଶାନ୍ତନୁ ମହାପାତ୍ର, ରାମଚନ୍ଦ୍ର ରାଉତ, ସୁରେନ୍ଦ୍ର କୁମାର ନାୟକ, ପ୍ରଦୀପ କୁମାର ପଣ୍ଡା, ଅରୁଣ ଖିଲାର, ପୂର୍ଣ୍ଣଚନ୍ଦ୍ର ସେଠୀ, ଜୀବନ ପଣ୍ଡା, ଜ୍ୟୋତିପ୍ରକାଶ ଦାସ, ନିର୍ମଳ ସ୍ୱାଇଁ, ବିଜୟ ଖିଲାର, ଗଣେଶ୍ୱର ସାହୁ, ଅମୂଲ୍ୟ କୁମାର ନାୟକ, ଭ୍ରମର ନାୟକ, ଚନ୍ଦ୍ରଶେଖର ଜେନା, ମନୋଜ ଲେଙ୍କା, ବିଭୁତି ପାଣିଗ୍ରାହୀ, ବିପ୍ର ସେଠୀ, ଅମୂଲ୍ୟ ଭୋଇ, ନାରାୟଣ ନାୟକ, ଭାରତୀୟ ମଜଦୂର ସଂଘ ଜିଲ୍ଳା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ପରେଶ ନାଥ ଧଳ, ବସନ୍ତ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ସମ୍ପାଦକ ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡା ସମ୍ପାଦକୀୟ ବିବରଣୀ ଉପସ୍ଥପାନ କରିଥିବା ବେଳେ ବିଜୟ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ମୁକ୍ତିକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂର୍ଯ୍ୟସ୍ନାତା ବସନ୍ତରାୟ, ଚିରଞ୍ଜିବ ପଣ୍ଡା, ସାଇ ଜନ୍ମେଜୟ ମିଶ୍ର ସହଯୋଗ କରିଥିଲେ ।