Odiapua.com

‘ପ୍ରଣମ୍ୟ ପ୍ରାଣବଲ୍ଲଭ’ ଗ୍ରନ୍ଥ ପ୍ରକାଶନ ପାଇଁ ପ୍ରସ୍ତୁତି ବୈଠକ

ହାଟଡିହି- ୧୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଶିଷ୍ଟ ସମାଜସେବୀ ପ୍ରାଣବଲ୍ଲଭ ମଲ୍ଲିକଙ୍କ ସମ୍ମାନାର୍ଥେ ଏକ ଅଭିନନ୍ଦନ ଗ୍ରନ୍ଥ ‘ପ୍ରଣମ୍ୟ ପ୍ରାଣବଲ୍ଲଭ’ପ୍ରକାଶ ପାଇବାନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ବୈଠକରେ ଡ. ରାମଚନ୍ଦ୍ର ନାୟକ, ସଭାପତିତ୍ୱ କରିଥିଲେ । ଉପସ୍ଥିତ ବିଦ୍ୱାନ ଓ ସାହିତ୍ୟିକଙ୍କ ମଧ୍ୟରେ ରମାକାନ୍ତ ନାୟକ, ରତ୍ନାକର ଦାସ, ହଳଧର ପଣ୍ଡା, ବିଦ୍ୟୁତପ୍ରଭା ଦେଓ, ଡ. ଅଶୋକ ପୁହାଣ, ପ୍ରଫୁଲ ଚକ୍ର, ଅନିଲ କୁମାର ସାହୁ, ଅନ୍ତର୍ଯ୍ୟାମୀ ରାଉତ, ଅଧ୍ୟାପକ ନିରଞ୍ଜନ ପତି ପ୍ରମୁଖ ଯୋଗଦେଇ ପ୍ରକାଶ ପାଇବାକୁ ଥିବା ଗ୍ରନ୍ଥର ରୁପରେଖ ସମ୍ପର୍କରେ ଆଲୋଚନା କରିଥିଲେ । ନଭେମ୍ବର ଶେଷ ସୁଧା ପ୍ରାଣବଲ୍ଲଭ ମଲ୍ଲିକ (ବଲିବାବୁ)ଙ୍କ ଜୀବନାଦର୍ଶ ସମ୍ପର୍କୀତ ଲେଖାମାନ ପ୍ରେରଣ କରିବା ପାଇଁ ସାହିତ୍ୟିକ, କବି, ଲେଖକ,ତଥା ଶ୍ରୀ ମଲ୍ଲିକଙ୍କ ଆତ୍ମୀୟ ସ୍ୱଜନଙ୍କୁ ଅନୁରୋଧ କରାଯାଇଥିଲା । କମିଟି ଦ୍ୱାରା ଲେଖାମାନ ସମ୍ପାଦିତ କରାଯାଇ ଗ୍ରନ୍ଥ ପ୍ରକାଶନ କରାଯିବ ବୋଲି ନିଷ୍ପତି ନିଆଯାଇଛି ।