Odiapua.com

ପ୍ରଜ୍ଞା ସିଂ ଠାକୁରଙ୍କ ଆବେଦନକୁ ମିଳିଲା ଅନୁମତି

ମୁମ୍ବାଇ ୨୧-୬ (ଓଡ଼ିଆ ପୁଅ) ସ୍ୱତନ୍ତ୍ର ଏନ୍.ଆଇ.ଏ କୋର୍ଟ, ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ କୋର୍ଟରେ ହାଜର ହେବାରେ ଛୁଟ୍ ପାଇଁ କରିଥିବା ଆବେଦନକୁ ଅନୁମତି ଦେଇଛନ୍ତି। ପ୍ରଜ୍ଞା ସିଂ ଠାକୁର ସ୍ୱତନ୍ତ୍ର ଏନ୍.ଆଇ.ଏ କୋର୍ଟରେ ଆବେଦନ କରି ପ୍ରାର୍ଥନା କରିଥିଲେଯେ, ତାଙ୍କୁ ସଂସଦ ଅଧିବେଶନ ସମୟରେ କୋର୍ଟରେ ହାଜର ହେବାରୁ ଛୁଟ୍ ମିଳୁ। ଏହି ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟଯେ, ଭୋପାଳରୁ ନବନିର୍ବାଚିତ ସାଂସଦ ପ୍ରଜ୍ଞା ଠାକୁରଙ୍କୁ ୨୦୦୮ ରେ ହୋଇଥିବା ମହାରାଷ୍ଟ୍ରର ମାଲେଗାଁଓ ବିଷ୍ପୋରଣରେ ମୁଖ୍ୟ ଅଭିଯୁକ୍ତ ବନାଯାଇଥିଲା। ସେହି ବିଷ୍ପୋରଣରେ ସାତଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟତଃ ୧୦୦ ଲୋକ ଆହତ ହୋଇଥିଲେ। ଅକ୍ଟୋବର ୨୦୦୮ ରେ ହୋଇଥିବା ଏହି ବିଷ୍ପୋରଣରେ ସାଧ୍ଵୀ ପ୍ରଜ୍ଞାଙ୍କ ସହିତ କର୍ଣ୍ଣେଲ ପୁରୋହିତ ଏବଂ ସ୍ଵାମୀ ଅସୀମାନନ୍ଦଙ୍କୁ ମଧ୍ୟ ଅଭିଯୁକ୍ତ ବନାଯାଇଥିଲା। ମାମଲା ବର୍ତ୍ତମାନ ମଧ୍ୟ କୋର୍ଟରେ ଅଛି। ଏହି ତିନିଜଣ ଜାମିନ୍ ରେ ବାହାରେ ଅଛନ୍ତି। ଗତ ଦିନରେ ମୁମ୍ବାଇର ବିଶେଷ ନ୍ୟାୟାଳୟରେ ପ୍ରତ୍ୟେକ ଗୁରୁବାରଦିନ ସାଧ୍ଵୀଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି।