Odiapua.com

ପ୍ରକାଶ ପାଇଲା OJEE ରେଜଲ୍ଟ -,ଜାଣନ୍ତୁ କିଏ କେଉଁଥିରେ ଟପ୍ପର

ଭୁବନେଶ୍ୱର ୨୯-୯ (ଓଡିଆ ପୁଅ) ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷା ୪୯, ୩୬୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯, ୨୭୯ ଜଣଙ୍କୁ ରାଙ୍କ ମିଳିଛି। ନିଜନିଜର ର୍ୟାଙ୍କ ଜାଣିବା ପାଇଁ www.ojee.nic.in ଓ www.odishajee.com ଲଗ୍‌ ଇନ୍‌ କରିବାକୁ ପଡ଼ିବ ଏବଂ ନିଜର ରାଙ୍କ ଜାଣିପାରିବେ।

ତେବେ ବି-ଟେକ୍ (ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମା- ଲକ୍ଷ୍ମୀପ୍ରିୟା ସେନାପତି, ଏମବିଏରେ ଆଶୁତୋଷ ରଥ ଟପ୍ପର ହୋଇଛନ୍ତି।

ସେହିପରି ଏମସିଏରେ ନିଶିକାନ୍ତ ପରିଡ଼ା, ଏମ.ଫାର୍ମାରେ କେ.ସଞ୍ଜନା ସୁବୁଦ୍ଧି ଟପ୍ପର ହୋଇଛନ୍ତି।

ବି. ଫାର୍ମରେ ଲକ୍ଷ୍ମୀପ୍ରିୟା ସେନାପତି, ଏଲ୍‌ଇ.ଟେକ୍ (ଡିପ୍ଲୋମା)ରେ ପିଙ୍କିରାଣୀ ସାହୁ, ଏଲ୍‌ଇ.ଟେକ୍ (ବିଏସ୍‌ସି)ରେ ଦୀପକ ସା, ଏଲ୍‌ଇ.ଫାର୍ମାରେ ଗୁଣାକର ସାହୁ, ବି.ଟେକ୍ (ସ୍ପେଶାଲ)ରେ ପିୟୁଷ ଚନ୍ଦୁକା, ଏମ୍‌ବିଏରେ ଆଶୁତୋଷ ରଥ, ଏମ୍‌ସିଏରେ ନିଶିକାନ୍ତ ପରିଡ଼ା, ଇଣ୍ଟିଗ୍ରେଟେଡ ଏମ୍‌ବିଏରେ ରୁଦ୍ର ପ୍ରସାଦ ରଥ, ଏମ୍‌.ଫାର୍ମାରେ କେ ସଂଜନ ସୁବୁଦ୍ଧୁ, ଏମ୍ ଆର୍କିଟେକ୍‌ରେ ପ୍ରଣବ ଚନ୍ଦ୍ର ବିନ୍ଧାଣୀ, ଏମ୍ ପ୍ଲାନରେ ବିଶ୍ୱଜିତ ସ୍ୱାଇଁ ଟପ୍ପର ହୋଇଛନ୍ତି।

ଏମ୍‌.ଟେକ୍‌ରେ ସିଭିଲରେ ସୌମ୍ୟା ସାହୁ, ଇଲେକ୍ଟ୍ରିକାଲରେ ସତ୍ୟବ୍ରତ ସାହୁ, ମେକାନିକାଲରେ ମଳୟ କୁମାର ଓଝା, କମ୍ପ୍ୟୁଟର ସାଇନ୍ସରେ ସୌମ୍ୟ ସଂକେତ ପାତ୍ର, ଇଲେକଟ୍ରୋନିକ ଆଣ୍ଡ କମ୍ୟୁନିକେଶନରେ ଦୀପକ କୁମାର ପୃଷ୍ଟି, କ୍ୟାମିକାଲ ଇଞ୍ଜିନିୟରିଂରେ ସମ୍ବିତ ନାୟକ, ମେଟାଲୁରଜିକାଲରେ ସମ୍ବିତ କୁମାର ସାହୁ, ଏନଭରମେଣ୍ଟାଲରେ ଅମିତ କର, ବାଓଟେକ୍ନୋଲୋଜୀରେ ସୁସ୍ମିତା ପତି, ପ୍ଲାଷ୍ଟିକରେ ସାଈସ୍ୱପ୍ନ ରାଉତରାୟ ଓ ଟେକ୍ସଟାଇଲରେ ଅଜିତ କୁମାର ସାହୁ ଟପ୍ପର ହୋଇଛନ୍ତି।

/ବିରଞ୍ଚିନାରାୟଣ ପତ୍ରୀ