Odiapua.com

ପ୍ରକାଶ ପାଇଲା JEE ଆଡଭାନ୍ସ ୨୦୨୧ ପରୀକ୍ଷା ଫଳ

ନୂଆ ଦିଲ୍ଲୀ ୧୫ -୧୦ (ଓଡ଼ିଆ ପୁଅ) ପ୍ରକାଶ ପାଇଲା JEE ଆଡଭାନ୍ସ ୨୦୨୧ ପରୀକ୍ଷା ଫଳ। ଏହି ପରୀକ୍ଷା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଖଡ଼ଗପୁର (ଆଇଆଇଟି ଖଡ଼ଗପୁର) ଦ୍ୱାରା କରାଯାଇଥିଲା। ସକାଳ ୧୦ ଟା ପରେ, ଛାତ୍ରମାନେ ସେମାନଙ୍କର ପରୀକ୍ଷା ଫଳ ଅଫିସିଆଲ୍ ୱେବସାଇଟ୍ jeeadv.ac.in ରେ ଯାଞ୍ଚ କରିପାରିବେ। ସୂଚନାଯୋଗ୍ୟଯେ, ଏହି ପରୀକ୍ଷା ୩ ଅକ୍ଟୋବର ୨୦୨୧ ରେ କରାଯାଇଥିଲା। JEE ଆଡ୍‌ଭାନ୍‌ସ ପରୀକ୍ଷା ଫଳ ଯାଞ୍ଚ କରିବାକୁ, ଛାତ୍ରମାନଙ୍କୁ ରୋଲ୍ ନମ୍ବର, ପଞ୍ଜୀକରଣ ନମ୍ବର ଏବଂ ଜନ୍ମ ତାରିଖ ପ୍ରବେଶ କରିବାକୁ ପଡିବ।

JEE ଆଡଭାନ୍ସଡ ରେଜଲ୍ଟ ୨୦୨୧ ର ଅନ୍ତିମ ଆନ୍ସର କି (JEE Advance Answer key 2021) ଆଜି ମଧ୍ୟ ଆଇଆଇଟି ଖଡ଼ଗପୁର ମାଧ୍ୟମରେ ପ୍ରକାଶ ପାଇବ। ଛାତ୍ରମାନଙ୍କ ଦ୍ୱାରା ଦିଆଯାଇଥିବା ଆପତ୍ତି ଆଧାରରେ ଅନ୍ତିମ ଉତ୍ତର ପ୍ରସ୍ତୁତ କରାଯାଇଛି। JoSAA ର କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ପରୀକ୍ଷା ଫଳ ଘୋଷଣା ପରେ, ଅକ୍ଟୋବର ୧୬ ରୁ ସମସ୍ତ ମନୋନୀତ ଛାତ୍ରମାନଙ୍କ ପାଇଁ ପସନ୍ଦ ଭରିବାର ବିକଳ୍ପ ଆରମ୍ଭ ହେବ। ଏହା ପରେ ଅକ୍ଟୋବର ୨୨, ୧୦ ରେ ପ୍ରଥମ ପର୍ଯ୍ୟାୟର ଆଲଟମେଣ୍ଟ ଜାରି କରାଯିବ। ଏହା ପରେ ଅକ୍ଟୋବର ୨୪ ରୁ ଦ୍ୱିତୀୟ ପର୍ଯ୍ୟାୟ ଆବଣ୍ଟନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ସିଟ୍ ଆବଣ୍ଟନ ଅକ୍ଟୋବର ୨୭, ରୁ ଆରମ୍ଭ ହେବ। ଅକ୍ଟୋବର ୩୦ ରେ ଅପରାହ୍ନ ୫ ଟା ସୁଦ୍ଧା ଅନଲାଇନ୍ ଫି ପେମେଣ୍ଟ, ଡକ୍ୟୁମେଣ୍ଟ ଦାଖଲ ପ୍ରକ୍ରିୟା ସମାପ୍ତ ହେବ।