Odiapua.com

ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୁଳକ ଶିକ୍ଷାର ପରୀକ୍ଷା ଫଳ – ରାଜ୍ୟରେ ୯୧% ନମ୍ବର ରଖି ଟପ୍ପର ହେଲେ ଯାଜପୁର ଜିଲ୍ଲା ଛାତ୍ରୀ ସମ୍ବାବନା

ଯାଜପୁର ୫ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଅପରାହ୍ନରେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ+୨ କଳା ଓ ଧନ୍ଦାମୁଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଯୁକ୍ତଦୁଇ କଳାରେ ମୋଟ ପାସ ହାର ୬୭.୫୬ % ରହିଛି। ପୁଅ ମାନଙ୍କ ପାସ ହାର ୫୭.୫୩% ପାସ କରିଥିବା ବେଳେ ଓ ଝିଅ ମାନଙ୍କ ପାସ ହାର ରହିଛି ୭୫.୪୮% ରହିବା ଦେଖିବାକୁ ମିଳିଛି।

ଯାଜପୁର ଜିଲ୍ଲା ପାଣିକୋଇଲି ମା’ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା ସାହୁ ରାଜ୍ୟରେ ସର୍ବୋଚ୍ଚ ୫୪୬ ବା୯୧% ନମ୍ବର ରଖି ଟପ୍ପର ହୋଇଥିବା ଆଜି ପ୍ରକାଶିତ ହୋଇଥିବା +୨ ପରୀକ୍ଷା ଫଳରୁ ସୂଚନା ମିଳିଛି। ଛାତ୍ରୀ ସମ୍ଭାବନା ସାହୁ ଯାଜପୁର ଜିଲ୍ଲା ଭୁଇଁପୁର ଗ୍ରାମପଞ୍ଚାୟତ କଲ୍ୟାଣ ପୁର ଗ୍ରାମର ଗୋପାଳ ସାହୁ ଓ ମା’ ଅମୃତିଆ ପଞ୍ଚାୟତ ଭାଟସୋଲପଟାର ସ୍ନେହଲତା ସାହୁଙ୍କ ଏକମାତ୍ର ଝିଅ ଭବିଷ୍ୟତରେ ଜଣେ ଶିକ୍ଷାବିତ ହେବାର ଲକ୍ଷ ରଖିଛନ୍ତି। କଳାରେ ବରଗଡ଼ ଜିଲ୍ଲାର ପାସ ହାର ସର୍ବାଧିକ ୭୬.୬୩ ପ୍ରତିଶତ ଥିବାବେଳେ ନବରଙ୍ଗପୁର ଜଲ୍ଲାର ସର୍ବନିମ୍ନ ୪୪.୬୭ ରହିଛି। ଯୁକ୍ତଦୁଇ କଳାରେ ମୋଟ ୨, ୧୯, ୭୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧, ୪୮, ୪୫୨ ଛାତ୍ରଛାତ୍ରୀ ଜଣ ପାସ କରିଛନ୍ତି। କଳାରେ ବରଗଡ଼ ଜିଲ୍ଲାର ପାସ ହାର ସର୍ବାଧିକ ୭୮.୪୦ ପ୍ରତିଶତ ଥିବାବେଳେ ନବରଙ୍ଗପୁର ୧୨.୫୦ ରହିଛି। ଜଣେ ମାତ୍ର ଛାତ୍ର ୯୦ ପ୍ରତିଶତ ମାର୍କ ରଖିଥିବା ଜଣ ପଡିଛି। ପ୍ରଥମ ସ୍ଥାନରେ ୨୨, ୧୯୬ ଜଣ ପାସ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ୨୬, ୦୨୭ ଜଣ ପାସ କରିଛନ୍ତି ଓ ତୃତୀୟ ସ୍ଥାନରେ ୧, ୦୦, ୧୦୧ ଜଣ ପାସ କରିଛନ୍ତି।