Odiapua.com

ପ୍ରକାଶ ପାଇଲା ମ୍ୟାଟ୍ରିକ ଫଳାଫଳ ରଶ୍ମିତା ବ୍ଲକ ଟପର

ପାଟଣା ୨୯-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) : ସାରା ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷା ର ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣାବ୍ଲକ ର ବେସରକାରୀ ବିଦ୍ୟାଳୟ ର ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ବେଳେ ସରକାରୀ ବିଦ୍ୟାଳୟର ପରୀକ୍ଷା ଫଳ ଅତ୍ୟନ୍ତ ନୈରାଶ୍ୟ ଜନକ ହୋଇଛି। ଦିନକୁ ଦିନ ସରକାରୀ ବିଦ୍ୟାଳୟର ପରୀକ୍ଷା ଫଳ ନିରୁତ୍ସାହିତ ହେଉଥିବାରୁ ଏଥିନେଇ ଶିକ୍ଷାବିତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି। ପାଟଣା ସ୍ଥିତ ବୈତରଣୀ ବିହାର ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ଓ ତୁରୁମୁଙ୍ଗା ସରସ୍ୱତୀ ଶିଶୁମନ୍ଦିରର ପରୀକ୍ଷାଫଳ ଶତ ପ୍ରତିଶତ ହୋଇଥିବା ବେଳେ ପାଟଣା ମୁଖ୍ୟାଳୟ ସ୍ଥିତ ଦୁଇ ପୁରାତନ ବିଦ୍ୟାଳୟ ଜି, ଏନ ହାଇସ୍କୁଲ ର ୯୦ ପ୍ରତିଶତ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୮୨ ପ୍ରତିଶତ ପରୀକ୍ଷା ଫଳ ହେବା ଓ ଏ -୧, ଏ-୨ ରେ କୌଣସି ଛାତ୍ର ସ୍ଥାନ ନପାଇବା ନେଇ ଏହି ସରକାରୀ ବିଦ୍ୟାଳୟର ଶିକ୍ଷାଦାନ ଉପରେ ଅନେକ ପ୍ରଶ୍ନ ଉଠିଛି। ପାଟଣା ବୈତରଣୀ ବିହାର ସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଛାତ୍ରୀ ରଶ୍ମିତା ମହାନ୍ତ ସର୍ବାଧିକ ୫୪୨ ନମ୍ବର ରଖି ଏ-୧ ସ୍ଥାନରେ ରହିଛନ୍ତି। ରଶ୍ମିତା ଖଡିକାପଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ମହାନ୍ତଙ୍କ ଝିଅ ଅଟନ୍ତି। ରଶ୍ମିତା ପାଟଣା ବ୍ଲକର ସର୍ବୋଚ୍ଚ ନମ୍ବର ରଖିଥିବା ସୂଚନା ମିଳିଛି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ମିଳିଛି।