Odiapua.com

ପ୍ରକାଶ ପାଇଲା ଜେଇଇ ମେନ୍-୧ ପରୀକ୍ଷା ଫଳ – ୧୦୦ପ୍ରତିଶତ ନମ୍ବର ରଖିଛନ୍ତି ୯ଜଣ ଛାତ୍ର – ୯୯.୯୯ ପ୍ରତିଶତ ମାର୍କ ରଖି ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) : ଜାନୁଆରିରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡ଼ିଶାର ଛାତ୍ର ସୌରଭ ସୌମ୍ୟକାନ୍ତ ଦାଶ ୯୯.୯୯%% ମାର୍କ ରଖି ଓଡ଼ିଶା ଟପର ହୋଇଛନ୍ତି।

ଏତଦ୍ ବ୍ୟତୀତ ୯ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ନମ୍ବର ରଖିବାରେ ସଫଳ ହୋଇଛନ୍ତି। ଚଳିତ ବର୍ଷ ୯ଲକ୍ଷ ୨୧ ହଜାର ୨୬୧ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିଲା ବେଳେ ୮ଲକ୍ଷ ୬୯ ହଜାର ୦୧୦ ଜଣ ପରୀକ୍ଷା ଦେଇଥିଲେ।