Odiapua.com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ ଆୟୋଗ ଦ୍ୱାରା ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଭଦ୍ରକ ଜିଲ୍ଲାପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି । ଏଥି ଉପଲକ୍ଷେ ରାଜନୈତିକ ଦଳ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ସଦ୍‌ଭାବନା ସଭାଗୃହରେ ଆହୂତ ବୈଠକରେ ଉପଜିଲ୍ଲାପାଳ ମନୋଜ ପାତ୍ର ଏହି ତାଲିକା ପ୍ରକାଶ କରିବା ସହିତ ଆନୁଷଙ୍ଗିକ ତଥ୍ୟ ପ୍ରଦାନ କରିଥିଲେ । ଡ଼େପୁଟୀ କଲେକ୍ଟର କସ୍ତୁରୀବାଳା ଜେନା ମଧ୍ୟ ଏହି ବୈଠକରେ ଉପସ୍ଥିତଥିଲେ । ପ୍ରଦତ୍ତ ସୂଚନା ଅନୁଯାୟୀ ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୨,୪୮,୬୩୫ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରେ ୬,୦୩,୬୨୫ ଜଣ ମହିଳା ଭୋଟର ଓ ୬,୪୪,୮୪୮ ଜଣ ପୁରୁଷ ଭୋଟର ଓ ୧୬୩ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଟନ୍ତି । ଜିଲ୍ଲାର ଥିବା ସମୁଦାୟ ୧,୨୯୨ ବୁଥରେ ଆଜି ଏହି ଚିଠା ପ୍ରକାଶ କରାଯାଇଛି । ଗତ ତା.୦୧.୧୧.୨୦୨୧ ସୁଦ୍ଧା ଗତ ବର୍ଷର ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ସମୁଦାୟ ୧୨,୧୯,୩୫୬ ଜଣ ଭୋଟର ଥିଲେ ।

ନୂତନ ତାଲିକା ଅନୁଯାୟୀ ୨୯,୨୭୯ଜଣ ଭୋଟର ସଂଖ୍ୟା ବୃଦ୍ଧି ପାଇଛି । ଯାହା ଶତକଡ଼ା ୨.୩୪ ବୃଦ୍ଧି ହୋଇଛି । ଲୋକସଂଖ୍ୟା ଅନୁଯାୟୀ ୬୯.୭୭ ଶତକଡ଼ା ଭୋଟର ଅଛନ୍ତି । ବୃଦ୍ଧି ପାଇଥିବା ନୂତନ ଭୋଟରମାନଙ୍କ ମଧ୍ୟରେ ୧୬,୫୫୨ ମହିଳା ଥିବାବେଳେ ୧୨,୬୭୪ ପୁରୁଷ ଅଛନ୍ତି । ଉଲ୍ଲେଖ ଯୋଗ୍ୟକି ଗତ ନଭେମ୍ବର ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ନୂତନ ଭୋଟର ତାଲିକା ପ୍ରସ୍ତୁତି ନେଇ ଆବେଦନ ଗ୍ରହଣ କରାଯାଇ ଡ଼ିସେମ୍ବର ୨୦ ତାରିଖ ସୁଦ୍ଧା ଦରଖାସ୍ତ ସବୁ ଫଇସଲା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦତ୍ତ ସୂଚନା ଅନୁଯାୟୀ ଅନ୍‌ଲାଇନ୍ ଓ ବ୍ୟକ୍ତିଗତ ଭାବେ ସମୁଦାୟ ୭୨,୧୫୨ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ଅନ୍‌ଲାଇନ୍‌ରେ ୧୮,୮୩୮ ଜଣ ଆବେଦନ କରିଥିଲେ । ସେଥିମଧ୍ୟରେ ଫର୍ମ ନଂ ୬ରେ ନୂତନ ଭୋଟର ଯୋଗପାଇଁ ୪୦,୬୫୯, ଫର୍ମ ୭ରେ ମୃତ୍ୟୁ, ସ୍ଥାନାନ୍ତର, ବିବାହ ନେଇ ତାଲିକାରୁ ବାଦ ଦିଆଯିବାପାଇଁ ୧୧,୬୫୨, ଫର୍ମ ୮ରେ ସଂଶୋଧନ ପାଇଁ ୧୯,୩୩୨, ଫର୍ମ ୮ ଏ ରେ ୫୦୯ ଟି ଦରଖାସ୍ତ ମିଳିଥିଲା । ନୂତନ ଭୋଟର ତାଲିକା ଅନୁଯାୟୀ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଖ୍ୟା ୪୩-ଭଣ୍ଡାରିପୋଖରୀ ପାଇଁ ୨୫୭ ବୁଥ ଥିଲାବେଳେ ପୁରୁଷ ୧,୨୦,୦୭୧, ମହିଳା ୧,୧୪,୬୦୭, ତୃତୀୟ ଲିଙ୍ଗୀ ୧୬ ଜଣ ସମୁଦାୟ ୨,୩୪,୬୯୪ ଜଣ ଭୋଟର ଅଛନ୍ତି । ୪୪-ଭଦ୍ରକ ପାଇଁ ୨୫୫ ବୁଥ୍‌, ପୁରୁଷ ୧,୩୫,୦୩୪, ମହିଳା ୧,୨୮,୯୫୬ ତୃତୀୟ ଲିଙ୍ଗୀ ୭୧ ସମୁଦାୟ ୨,୬୪,୦୬୧ ଭୋଟର, ୪୫-ବାସୁଦେବପୁର ପାଇଁ ୨୬୬ ବୁଥ ପୁରୁଷ ୧,୩୬,୧୯୭, ମହିଳା ୧,୨୫,୯୬୭, ତୃତୀୟଲିଙ୍ଗୀ ୨୧ ସମୁଦାୟ ୨,୬୨,୧୮୫ ଜଣ ଭୋଟର, ୪୬-ଧାମନଗର ପାଇଁ ୨୫୨ ବୁଥ, ପୁରୁଷ, ୧,୨୪,୦୯୨, ମହିଳା ୧,୧୬,୫୭୯, ତୃତୀୟ ଲିଙ୍ଗୀ ୩୮ ସମୁଦାୟ ୨,୪୦,୭୦୯ ଜଣ ଭୋଟର ଓ ୪୭-ଚାନ୍ଦବାଲି ପାଇଁ ୨୬୨ ବୁଥ, ପୁରୁଷ ୧,୨୯,୪୫୪, ମହିଳା ୧,୧୭,୫୧୫ ତୃତୀୟଲିଙ୍ଗୀ ୧୭ ସମୁଦାୟ ୨,୪୬,୯୮୬ ଜଣ ଭୋଟର ଅଛନ୍ତି ।