Odiapua.com

ପ୍ରକାଶ ପାଇବ ଲକ୍ଷ୍ମୀ ଭାଇଙ୍କ ଆତ୍ମଜୀବନୀ ପୁସ୍ତକ, ପ୍ରଥମ ଶ୍ରାଦ୍ଧବାର୍ଷିକ ପାଇଁ ସ୍ମୃତି ପରିଷଦର ବୈଠକ

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସଂଗ୍ରାମୀ ଜନନେତା, ମିଶାବନ୍ଦୀ, ଭଦ୍ରକର ଲଢ଼ୁଆ ପୁଅ, ସ୍ପଷ୍ଟବାଦୀ ଜନପ୍ରିୟ ମଣିଷ ସ୍ୱର୍ଗତ ଲ୪୍‌ମୀ ନାରାୟଣ ମହାପାତ୍ର ଓ ରଫ ଲକ୍ଷ୍ମୀଭାଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ ନିମନ୍ତେ ଏକ ପ୍ରାକ୍‌ପ୍ରସ୍ତୁତି ବୈଠକ ଲକ୍ଷ୍ମୀଭାଇ ସ୍ମୃତି ପରିଷଦର ଏକ ବୈଠକ କୁଆଁସ ସ୍ଥିତ ଶ୍ୟାମସୁନ୍ଦର ଜୀଉ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ପରିଷଦର ଆବାହକ ଆଇନଜୀବୀ ଅତିଶ୍ କୁମାର ବେହେରା ପ୍ରାକ୍ ସୂଚନା ପ୍ରଦାନ କରିଥିବା ବେଳେ ପରିଷଦର ସମ୍ପାଦକ, ପୂର୍ବତନ ପାରିଷଦ ତଥା ଲକ୍ଷ୍ମୀଭାଇଙ୍କ ସୁପୁତ୍ର ଶୁଭଙ୍କର ମହାପାତ୍ର ଲକ୍ଷ୍ମୀ ଭାଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନର ପ୍ରସ୍ତୁତି ନିମନ୍ତେ ଉପସ୍ଥିତ ସଦସ୍ୟ ଏବଂ ବୁଦ୍ଧିଜୀବୀଙ୍କ ପରାମର୍ଶ ଆହ୍ୱାନ କରିଥିଲେ। ଜଣେ ସଂଗ୍ରାମୀର କେବେ ମୃତ୍ୟୁ ହୁଏ ନାହିଁ, ଆଜି ଲକ୍ଷ୍ମୀ ଭାଇ ମୃତ୍ୟୁ ବରଣ କରିଥିଲେ ସେ ସମସ୍ତଙ୍କ ହୃଦୟରେ ବିରାଜମାନ ବୋଲି ସଭାପତି ଶ୍ରୀ ସାମଲ କହିଥିଲେ। ଏହି ଅବସରରେ ବାର୍ଷିକ ଉତ୍ସବରେ ଲକ୍ଷ୍ମୀଭାଇଙ୍କ ଆତ୍ମ ଜୀବନୀ ପୁସ୍ତକ ପ୍ରକାଶ କରାଯିବାକୁ ସିଦ୍ଧାନ୍ତ ନିଆଯାଇଥିଲା। ଏହି ପୁସ୍ତକରେ ଲକ୍ଷ୍ମୀଭାଇଙ୍କ ଜୀବନୀ ସଂପର୍କିତ ଲେଖାମାନ ପ୍ରକାଶ କରାଯିବ। ଏଥିଲାଗି ଜିଲ୍ଳା ତଥା ଜିଲ୍ଲା ବାହାରୁ ଲକ୍ଷ୍ମୀ ଭାଇଙ୍କୁ ଭଲ ପାଉଥିବା ବୁଦ୍ଧିଜୀବୀ, ସାହିତ୍ୟିକ, ରାଜନେତା ତଥା ସବୁବର୍ଗର ବ୍ୟକ୍ତିବିଶେଷଙ୍କ ଠାରୁ ଲେଖା ଆହ୍ୱାନ କରାଯାଇଛି। ଲେଖା ହ୍ୱାଟ୍‌ସଅପ୍ (୯୪୩୮୩୫୫୩୧୩) କିମ୍ବା ଇ-ମେଲ୍ (ଗ୍ଦଙ୍କଭଷବଦ୍ଭଳବକ୍ସଜ୍ଞକ୍ଟଷବକ୍ଟ୍ରବଗ୍ଧକ୍ସବ୬୦ଅଶଜ୍ଞବସକ୍ଷ.ମକ୍ଟଜ୍ଞ) ଯୋଗେ ପଠାଇବାକୁ ଅନୁରୋଧ କରାଯାଇଛି। ସବିଶେଷ ଅବଗତ ନିମନ୍ତେ ସମ୍ପାଦକ ଶୁଭଙ୍କର ମହାପାତ୍ର କିମ୍ବା ଆବାହକ ଅତିଶ୍ ବେହେରାଙ୍କ ସହିତ ଯୋଗାଯୋଗ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ଆଇନଜୀବୀ ନିଶିକାନ୍ତ ନାୟକ, ପବନ ଶର୍ମା, ବୁଦ୍ଧିଜୀବୀ ତୁଷାର ଜେନା, ଦୀନବନ୍ଧୁ ପତି, ବିଶ୍ୱଜିତ୍ ବେହେରା, ବିକାଶ ଶ୍ରେଷ୍ଠା, ସ୍ୱାଧୀନ ସୁନ୍ଦର ଦାସ, ରବିନାରାୟଣ ପାଣିଗ୍ରାହୀ, ବିଳ୍ପବ ହୋତା, ନରହରି ଜେନା, ବ୍ୟୋମକେଶ ସେନାପତି, ନିତ୍ୟାନନ୍ଦ ନାୟକଙ୍କ ସମେତ ବହୁ ଲକ୍ଷ୍ମୀଭାଇପ୍ରେମୀ ଯୋଗ ଦେଇଥିଲେ। ପରିୋଷେରେ ଅତିଶ୍ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।