Odiapua.com

ପ୍ରକାଶ ପଣ୍ଡା ମେମୋରିଆଲ କ୍ରିକେଟ ଉଦଯାପିତ

ଯାଜପୁର୨ା୩ (ଓଡିଆପୁଅ)କୋରାଇ ବ୍ଲକ ଅନ୍ତର୍ଗତ କରଦା ପଂଚାୟତର ଆମ୍ବଗଡିଆ ପଳସା ଗ୍ରାମର ଜୟ ଜଗନ୍ନାଥ ୟୁଥ କ୍ଳବ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ପବ୍ଲିକ ପ୍ରସ୍ୟୁକୁଟର ପ୍ରକାଶ ପଣ୍ଡା ମେମୋରିଆଲ କ୍ରିକେଟ ଆଜି ଉଦ୍‌ଯାପିତ ହୋଇଛି । ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚକୁ ରାଜ୍ୟ ଯୁବ ବିଜେଡି ନେତା ପ୍ରିତୀ ରଂଜନ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଫାଇନାଲ ମ୍ୟାଚ ବ୍ଲୁ ଷ୍ଟାର ପାଣିକୋଇଲି ବନାମ ୟଙ୍ଗ ଆଥେଲେଟିକ ନାଲୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

 

ନାଲୁଆ ପ୍ରଥମେ ଟସ ଜିଣି ବୋଲିଙ୍ଗ କରିବାର ନିଷ୍ପତି ନେଇଥିଲା । ପାଣିକୋଇଲି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୫ ଓଭରରେ ୯ ୱିକେଟ ବିନିମୟରେ ୧୩୬ ରନ ସଂଗ୍ରହ କରିଥିଲା । ଜବାବରେ ନାଲୁଆ ୧୫ ଓଭରରେ ୪ ୱିକେଟ ହରାଇ ୧୨୮ ରନ କରି ପରାଜୟ ବରଣ କରିଥିଲା । ଫଳରେ ଚଳିତ ବର୍ଷର ଚମ୍ପିଅନ ଭାବେ ପାଣିକୋଇଲି ବିବେଚିତ ହୋଇଥିଲା । ଏହି ମ୍ୟାଚକୁ ପ୍ରଭାତ ଖଣ୍ଡାଇ, ଓ ସୌରଭ ସାହୁ ପରିଚାଳନା କରିଥିବା ବେଳେ ସ୍କୋରଭାବେ ଶ୍ରୀକାନ୍ତ ସାହୁ ଓ ଅରୁପ ସାହୁ ଧାରାବିବରଣୀ ଅମୂଲ୍ୟ ସାହୁ ଓ ଜ୍ଞାନ ପଣ୍ଡା ପ୍ରଦାନ କରିଥିଲେ । କ୍ଳବର ସଭାପତି ସରକାରୀ ଓକିଲ ଶରତ କୁମାର ଖଣ୍ଡାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥିଭାବେ କରଦା ସରପଂଚ ଗଣେଷ ସାହୁ, ବରିଷ୍ଠ ସମ୍ବାଦିକ ସୁବାସ ଧଳ, ମନୋଜ ସାହୁ, ବରୁଣ୍ଡାଇ ସରପଂଚ ସୌଭାଗ୍ୟ ମହାନ୍ତି, ଅସନଝର ସରପଂଚ ନିରଜନ ବାରିକ, ପାଣିକୋଇଲି ସମିତିସଭ୍ୟ ସେକ ଜହର ଅଲ୍ଲୀ, ଶିକ୍ଷାବିତ ଅଭୟ କୁମାର ମହାପାତ୍ର, ସମାଜସେବୀ ଅରୁଣ ମହାପାତ୍ର ଯୋଗଦେଇ ସମସ୍ତ ଖେଳାଳୀ, ଅମ୍ପେୟାର ଦ୍ୱୟ, ମ୍ୟାନ ଅଫ ଦି ମ୍ୟାଚ ଉମେଶ ସ୍ୱାଇଁ, ମ୍ୟାନ ଅଫ ଦି ସିରିଜ ମନୋରଂଜନ ସାହୁଙ୍କ ସମେତ ରନରସଅପ ନାଲୁୃଆ ଓ ବିଜୟୀ ପାଣିକୋଇଲିକୁ ନଗଦ ଅର୍ଥ ରାଶି ସହ ସିଲ କପ ପ୍ରଦାନ କରି ପୁରସ୍କୃତ କରିଥିଲେ । ରମାକାନ୍ତ ବାରିକ. ସତ୍ୟବ୍ରତ ପଣ୍ଡା, ସରୂପ ସାହୁ, କାଳନ୍ଦୀ ବାରିକ, ସୁବ୍ରତ ପଣ୍ଡା, ଅବିନାଶ ବାରିକ, ପିତାମ୍ବର ଶିଳଅ, କାହ୍ନୁ ସାହୁ, ଅଶୋକ ବେହେରା, ଅକ୍ଷୟ ବେହେରା, ବଳରାମ ବାରିକ, ସୁବଳ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । (ଫ