Odiapua.com

ପ୍ରକଳ୍ପରେ କଳଙ୍କି ମିଳୁନି ପାନୀୟ ଜଳ ଲୋକେ ହତାଶ

ନୟାଗଡ ୦୧/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସରକାର ସମସ୍ତ ଘର ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରି ଖର୍ଚ୍ଚ କରିଚାଲୁଛନ୍ତି। କିନ୍ତୁ ପ୍ରଶାସନିକ ସର୍ବେକ୍ଷଣରେ ତୃଟି ଯୋଗୁଁ ଅନେକ ପାନୀୟ ଜଳ ପ୍ରକଳ୍ପ ଖତ ହେଉଥିଲେ ମଧ୍ୟ ମିଳୁନି ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ। ସେଭଳି ଏକ ପାନୀୟ ଜଳ ପ୍ରକଳ୍ପ ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମପଞ୍ଚାୟତ ଲତାର ଠାରେ ବାରମ୍ବାର ସର୍ବେକ୍ଷଣରେ ତୃଟି ଯୋଗୁଁ ପ୍ରାୟ ୮୦ ଲକ୍ଷ ପାଖାପାଖି ଟଙ୍କା ଖର୍ଚ୍ଚହୋଇ ଦୁଇ ଦୁଇଟି ପାଣି ଟାଙ୍କି ତିନି ତନୋଟି ବୋରିଙ୍ଗ୍‌ ହୋଇଥିଲେ ମଧ୍ୟ ଆବଶ୍ୟକ ମୁତାବକ ଜଳ ନମିଳିବାରୁ ପ୍ରକଳ୍ପ କଳଙ୍କି ଲାଗିଲାଣୀ। କିନ୍ତୁ ଗ୍ରାମବାସୀଙ୍କୁ ମିଳୁନି ଶୁଦ୍ଧ ପାନୀୟ ଜଳ। ଖୋଲା କୂଅ ଉପରେ ପାନୀୟ ଜଳ ପାଇଁ ନିର୍ଭର ଗ୍ରାମବାସୀ। ଏ ସର୍ମ୍ପକରେ ରଣପୁର ବ୍ଲକ ଜଳ ଯୋଗାଣ ଯନ୍ତ୍ରୀ ପ୍ରକାଶ ମହାନ୍ତିଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ, ସେହି ଜାଗାରେ ଓ ମନ୍ଦାକିନୀ ନଦୀ ଭିତରେ ଦୁଇ ଦୁଇଟି ବୋରିଙ୍ଗ କରାଯାଇଥିଲେ ମଧ୍ୟ ଆବଶ୍ୟକ ପରିମାଣର ଜଳ ନମିଳିବାରୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ।

ଅଯଥାରେ ସରକାରୀ ଅର୍ଥ ସର୍ବେକ୍ଷଣ ତୃଟି ଯୋଗୁଁ ବ୍ୟୟ ହୋଇ ଠିକାଦାର ପୋଷି ହେଉଛନ୍ତି। ଏବେ ଏକ ଗଭୀର ବୋରିଙ୍ଗ୍ କରାଯାଇଛି। ନିର୍ବାଚନ ଆଚରଣ ବିଧି ଯୋଗୁଁ କାର୍ଯ୍ୟ ଆଗେଇ ପାରିନାହିଁ। ଏ ସର୍ମ୍ପକରେ ନୟାଗଡ ଜିଲ୍ଲା ଜଳ ଯୋଗାଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବଳିଆରସିଂ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ମୁଁ ଅଳ୍ପ କେତେମାସ ହେଲା କାର୍ଯ୍ୟଭାର ଗ୍ରହଣ କରିଛି। ଏଭଳି ଘଟଣା ମୋ ନଜରକୁ ଆସିନଥିଲା। ମୁଁ ଦେଖୁଛି କେତେ ଶିଘ୍ର ଲତାର ଗ୍ରାମବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆ ଯାଇପାରିବ। ଆଗକୁ ଗ୍ରୀଷ୍ମ ପ୍ରବାହ ଆସୁଥିବାରୁ ଖୋଲା କୂପରୁ ଜଳ ସୁଖି ଯାଉଥିବାରୁ ଗ୍ରାମବାସୀମାନେ ଗ୍ରାମକୁ ଖୁବଶିଘ୍ର ଜଳ ଯୋଗାଣ ପାଇଁ ଅନୁରୋଧ କରୁଛନ୍ତି।