Odiapua.com

ପୌର ନିର୍ବାଚନରେ ଇଭିଏମ୍ ବ୍ୟବହାର ହେବ

ଭୁବନେଶ୍ୱର, ୧୨/୦୨ (ଓଡ଼ିଆ ପୁଅ) ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଆଗାମୀ ଦିନରେ ହେବାକୁ ଥିବା ପୌର ସଂସ୍ଥା ନିର୍ବାଚନଗୁଡ଼ିକରେ ଇଲେକ୍ଟ୍ରୋନିକ୍ସ ଭୋଟିଙ୍ଗ ମେସିନ୍ (ଇଭିଏମ୍) ର ବ୍ୟବହାର କରାଯିବ।

ପୌରସଂସ୍ଥା ନିର୍ବାଚନ ନିମନ୍ତେ ପ୍ରତ୍ୟେକ ବୁଥରେ ଦୁଇଗୋଟି ଇଭିଏମ୍ ରହିବ। ମୁନିସିପାଲିଟି ଓ ବିଜ୍ଞପିତ ଅଞ୍ଚଳ ପରିଷଦ କ୍ଷେତ୍ରରେ କାଉନ୍‌ସିଲର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ଓ ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ରହିବ। ସେହିପରି ମହାନଗର ନିଗମ କ୍ଷେତ୍ରରେ କର୍ପୋରେଟର ନିର୍ବାଚନ ପାଇଁ ଗୋଟିଏ ଏବଂ ମେୟର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ରହିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ତଦନୁସାରେ ଦୁଇ ପ୍ରକାରର ବାଲାଟ୍ ପେପର ଇଭିଏରେ ବ୍ୟବହାର କରାଯିବ। କର୍ପୋରେଟର / କାଉନ୍‌ସିଲର ନିର୍ବାଚନରେ ପିଙ୍କ ରଙ୍ଗର ବାଲାଟ୍ ପେପର ଏବଂ ମେୟର/ଅଧ୍ୟକ୍ଷ ନିର୍ବାଚନରେ ହଳଦିଆ ରଙ୍ଗର ବାଲାଟ୍ ପେପର ବ୍ୟବହାର କରାଯିବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।