Odiapua.com

ପୌରାଞ୍ଚଳ ମହିଳାଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ

ବାଲେଶ୍ୱର, ୨୬-୯ (ଓଡ଼ିଆ ପୁଅ/ଅଭୟ ଦାସ): ଅଖିଳ ଭାରତ ମହିଳା କଂଗ୍ରେସ ଅଧ୍ୟକ୍ଷା ସସ୍ମିତା ଦେବଙ୍କ ନିର୍ଦ୍ଦେଶ ଓ ବାଲେଶ୍ୱରର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ପୌରାଞ୍ଚଳର ମହିଳାମାନଙ୍କୁ ବିଭିନ୍ନ ପ୍ରକାର ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ପୌରପାଳିକାର ୨୩ ନଂ ୱାର୍ଡ଼ରେ ୩ଶହରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସାବୁନ୍ ଓ ନାପକିନ୍ ଆଦି ପ୍ରଦାନ କରାଯାଇଥିଲା। ଏତି ସହିତ କରୋନା ଭଳି ମହାମାରୀରୁ ବର୍ତ୍ତିବା ଦିନରେ ସମସ୍ତଙ୍କୁ ସଚେତନ କରାଯାଇଥିଲା। ସ୍ଥାନୀୟ ଗୋଶାଳାପଦା ନିକଟରେ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ସୁଶ୍ରୀ ଅର୍ଚ୍ଚନା ନନ୍ଦୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା କଂଗ୍ରେସ ଅଧ୍ୟକ୍ଷା ପ୍ରଜ୍ଞାପାରମିତା ମହାନ୍ତି, ଯୁବ ସଂଗଠକ ଭଗବାନ ମୋହିନୀ, ଅଜିତ୍ ଦାସ, ମେରିନା ଟୁଡୁ, ତାପସ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ମହିଳାମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ଆଗାମୀ ଦିନରେ ବି ବାଲେଶ୍ୱର ପୌରପାଳିକାର ପ୍ରତିୱାର୍ଡ଼ରେ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ସୁଶ୍ରୀ ନନ୍ଦୀ ସୂଚନା ଦେଇଥିଲେ।