ମାଲକାନଗିରି,୪ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୧୧୧ ରେ ପହଁଚିଗଲାଣି,ସେଥିମଧ୍ୟରୁ ମାଲକାନଗିରି ସହରରେ ଦୁଇଜଣ ସ୍ଥାନୀୟ ଚିହ୍ନଟ ହୋଇଥିବାରୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ପୌରପରିଷଦ ଅଚଂଳକୁ ଦୁଇଦିନ ପାଇଁ ସଟ୍ଡାଉନ୍ କରିଦିଆଯାଇଛି । ଏହି ସଟ୍ଡାଉନ୍ ସୁପରିଚାଳନା କରିବା ପାଇଁ ଆଜି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ସହର ସହିତ ସାହିବସ୍ତି ଗସ୍ତକରି ପରିସ୍ଥିତି ଅନୁଧ୍ୟାନ ସହ ସ୍ଥିତି ପରଖିଛନ୍ତି । ଏହି ସଟ୍ଡାଉନ୍ ସମୟରେ ଆଶା,ଅଙ୍ଗନଓ୍ୟାର୍ଡି କର୍ମୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଘର ଘରବୁଲି କାହାର କିଛିଲକ୍ଷଣ ଅଛିକି ନାହିଁ ତନ୍ନତନ୍ନ କରି ଯାଚଂ କରି ଗୃହକର୍ତାଙ୍କୁ ଭେଟି ଘରେ କେତେଜଣ ସଦସ୍ୟ ଅଛନ୍ତି,ସେମାନଙ୍କ ସ୍ୱାସ୍ଥ୍ୟବିବରଣୀ ସଂଗ୍ରହ କରିବା ସହିତ ବାହାରୁ କିଏ ଆସିଛନ୍ତି କି ନାହିଁ ସେ ସଂପର୍କରେ ସୁଚନା ସଂଗ୍ରହକରି କୋଭିଡ୧୯ ରୁ କିପରି ସୁରକ୍ଷିତ ରହିବେ ସେ ସଂପର୍କରେ ଜନ ସଚେତନତା ବାର୍ତା ଦେଉଛନ୍ତି । ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଆଶା,ଅଙ୍ଗନଓ୍ୟର୍ଡି କର୍ମୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଘରଘରବୁଲି ସଟ୍ଡାଉନ୍ ସମୟରେ କୋଭିଡ୧୯ ସର୍ଭେ କରି ତତ୍ୟସଂଗ୍ରହ କରୁଥିବାରୁ ଏହି କରୋନା ଯୋଦ୍ଧା ମାନଙ୍କୁ ଜିଲ୍ଲାପାଳ ଭେଟି ଠିକ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି କରୋନା ଯୋଦ୍ଧାମାନେ ସେମାନଙ୍କ କାର୍ଯ୍ୟ ସୁଚାରୁ ଭାବେ ତୁଲାଉଥିବାରୁ ଧନ୍ୟବାଦ ଜଣାଇ ଜିଲ୍ଲାପାଳ ସେମାନଙ୍କୁ ଉତ୍ସାହିତ କରିଛନ୍ତି ।