Odiapua.com

ପୌରପରିଷଦ ପକ୍ଷରୁ ୧୪୭ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

ମାଲକାନଗିରି, ୨୨ା୨ (ଓଡିଆ ପୁଅ) ମାଲକାନଗିରି ପୌରପରିଷଦ ପକ୍ଷରୁ ସହରାଞ୍ଚଳ ରେ ବସବାସ କରୁଥିବା ୧୪୭ଜଣ ଗରିବ ବାସହୀନ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯାଦେଶ ବଣ୍ଟନ କରାଯାଇଛି। ପୌରପରିଷଦ କାର୍ଯ୍ୟାଳୟ ପରିସରରେ ପୌରପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଠଂ ନାଇଡୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ବିଧାୟକ ମାନସ ମାଡକାମି, ମୁଖ୍ୟବକ୍ତା ଭାବେ ସାହତ୍ୟଏକାଡେମୀ ସଦସ୍ୟ ରତ୍ନାକରଦାଶ ଯୋଗଦେଇ ଗରିବଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ବିଭିନ୍ନ ଲୋକାଭିମୁଖି ଯୋଜନା ସଂପର୍କରେ କହିଥିଲେ। ପୌରପରିଷଦ ଅଧିନରେ ଥିବା ୧୯ଟି ଯାକ ଓ୍ୟାର୍ଡରେ ପୂର୍ବରୁ ଡ୍ରୋନକ୍ୟାମେରା ଓ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ସର୍ଭେ ହୋଇ ଥିବା ୧୪୭ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅତିଥି ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହନିର୍ମାଣର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ, ଏହି ଯୋଜନାର ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨ଲକ୍ଷଟଙ୍କା ଅନୁଦାନ ଦିଆଯାଉଛି, ଯେଉଁ ହିତାଧିକାରୀ ୩ରୁ୪ମାସ ମଧ୍ୟରେ ଗୃହନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଦେଲେ, ତାଙ୍କୁ ବୋନସ ରାଶି ହିସାବରେ ୨୦ହଜାର ଓ ୬ମାସ ମଧ୍ୟରେ କାର୍ଯ୍ୟ ସାରିଲେ ୧୦ହଜାର ଲେଖା ଅଧିକ ଟଙ୍କା ପ୍ରଦାନ କରାଯିବ ବୋଲି ମଚାଂଶିନ ଅତିଥି ମାନେ କହିଥିଲେ। ଏହି ଅବସରରେ ବିଜୁ ଯୁବବାହିନୀଙ୍କୁ ବିଭିନ୍ନ କ୍ରୀଡାସାମଗ୍ରୀ ଅତିଥିମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା। ଏହି ଅବସରରେ ସହକାରି ଯନ୍ତ୍ରୀ ଇଂ ଇନ୍ଦୁମାଧବ ସରକାର ମଞ୍ଚ ପରିଚାଳନା କରିଥିବା ବେଳେ ବିଜୁଯୁବ ବାହିନୀର ସଂଯୋଜକ ସୋମେଶ ବାଘ, ସ୍ୱଚ୍ଛଭାରତ ଅଭିଯାନ ପରିମଳ ବିଭାଗର ବିଶେଷଜ୍ଞ ଇଂ ଲିଙ୍ଗରାଜ ପାଳ, ସଜଂୟକୁମାର ସାହୁ, ସୁଶାନ୍ତ କୁମାର ଦାଶ ପ୍ରମୁଖ ପୌରପରିଷଦର କର୍ମାଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗକରିଥିଲେ।