Odiapua.com

ପୋଷ୍ୟ ସନ୍ତାନ ଗ୍ରହଣ ଜନ ସଚେତନତା ରଥ ବୁଲିଲା ମାଲକାନଗିରି ଜିଲ୍ଲାରେ

ମାଲକାନଗିରି,୧୯ା୧୧ (ଓଡିଆ ପୁଅ ) ପୋଷ୍ୟ ସନ୍ତାନ ଗ୍ରହଣ ,ଶିଶୁ ସୁରକ୍ଷା ଆଇନ ଓ ଅଧିକାର ସଂପର୍କରେ  ଜନ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଜିଲ୍ଲା ଶିଶୁସୁରକ୍ଷା ସମତି ପକ୍ଷରୁ ଏକ ସୁସଜିତ ରଥ ସମଗ୍ର ମାଲକାନଗିରି ଜିଲ୍ଲାରେ ଆଜିଠାରୁ ପରିକ୍ରମା ଆରମ୍ଭ କରିଦେଇଛି । ଆଜି ସକାଳେ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ପରିସରରେ  ଏହି ସୁସଜିତ ଜନ ସଚେତନତା ରଥକୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ସବୁଜପତକା ଦେଖାଇ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ  ଜିଲ୍ଲାଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ,ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ଆନୁଷ୍ଟାନିକ ଶିଶୁ ଯତ୍ନ ଅଧିକାରୀ ସୁଦେସ୍ନାରାଉତ,ଜିଲ୍ଲାଶିଶୁ ମଙ୍ଗଳ କମିଟି ସଭ୍ୟ ଦିନବନ୍ଧୁଦାଶ, ସଭ୍ୟା ଚୁମୁକି ବେହେରା ,ଶିଶୁ ସୁରକ୍ଷା ଲିଗାଲ ଅଫିସର ବିଶ୍ୱଜିତ ପଣ୍ଡା,ପରିବର୍ତନ ଶିଶୁ ଗୃହର ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ରଥରେ ଶିଶୁ ମାନଙ୍କ ରଙ୍ଗିନ ଚିତ୍ରଥାଇ ସ୍ନେହ ଶ୍ରଦ୍ଧା ସହ ସୁରକ୍ଷା ଯତ୍ନ ପୋଷ୍ୟ ସନ୍ତାନ ରେ ମିଳେ ଅମୂଲ୍ୟ ରତ୍ନ,ପୋଷ୍ୟ ସନ୍ତାନ ଗ୍ରହଣ ସ୍ନେହ ଓ ବନ୍ଧନର ପ୍ରତୀକ,ଶିଶୁ ମାନଙ୍କ ଅଧିକାର, ଶିଶୁକୁ କିପରି ସୁରକ୍ଷା ଯୋଗାଇ ଦିଆ ଯିବ,ଶିଶୁ ଶ୍ରମିକ ପ୍ରଥା ଉଚ୍ଚେଦ,ଶିଶୁ ଯୌøନଶୋଷଣ ରକ୍ଷାକରିବା,ଇତ୍ୟାଦି ଲେଖା ଥିବା ପ୍ରଚାରପତ୍ର ଲଗା ଯାଇ ଡାକ ବାଜି ଯନ୍ତ୍ରରେ ସଂଗୀତ ମାଧ୍ୟମରେ ମାଲକାନଗିରି, କାଲିମେଳା,ପଡିଆ,କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି,ସାତଟି ଯାକ ବ୍ଲକର ୧୧୧ ଟି ପଚାଂୟତ କୁ ଏହି ଶିଶୁ ସୁରକ୍ଷା ରଥ ପରିକ୍ରମା କରିବା ପାଇଁ ନିସ୍ପତି ନିଆ ଯାଇଛି । ଦିନତମାମ ବିଭିନ୍ନ ଗ୍ରାମ ବିଦ୍ୟାଳୟ ଗୁଡିକରେ ଏହି ରଥ ପହଁଚି ଜନ ସଚେତନତାର ବର୍ତାଦେବା ପରେ ରାତ୍ରରେ ଆଶ୍ରମ ବିଦ୍ୟାଳୟରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ଙ୍କୁ ଏକତ୍ରିତକରି ପୌଷ୍ୟ ସନ୍ତାନ ଗ୍ରହଣ  ଓ ଶିଶୁ ସୁରକ୍ଷା ସଂପର୍କରେ ଜନସଚେତନତା ଆରମ୍ଭ ହୋଇ ଯାଇଛି ।