Odiapua.com

ପୋଷ୍ଟାଲ ଏମ୍ପେ୍ଲାୟୀ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପେ୍ଲାୟୀଜ୍ ୟୁନିୟନ ଭଦ୍ରକ ଶାଖାର ଦ୍ୱିବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଆଜି ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟଅତିଥି ଭାବେ ସିଟୁ ଜିଲ୍ଲା ସଭାପତି ବିଧିବକ୍ତା ଦିବ୍ୟସିଂହ ନାୟକ ଯୋଗ ଦେଇ ପ୍ରଥମେ ସଂଘୀୟ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟବକ୍ତା ଭାବେ ସର୍କଲ ସେକ୍ରେଟାରୀ ବୃହସ୍ପତି ସାମଲ ଯୋଗ ଦେଇଥିଲେ । ଅଜୟ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ଡିଭିଜନର ପୂର୍ବତନ ସମ୍ପାଦକ ଗୋପାଳ ଚନ୍ଦ୍ର ପଢିଆରୀ, ଭୁବନେଶ୍ୱର ଡିଭିଜନ ସେକ୍ରେଟାରୀ ଦିପ୍ତି ରଂଜନ ମହାନ୍ତି, କଟକ ସିଟି ଡିଭିଜନ ସେକ୍ରେଟାରୀ ବିମଳ କୁମାର ଦାସ, ଅତିରିକ୍ତ ବିତ୍ତିୟ ଅଧିକାରୀ କଟକ ଡିଏପିର ହରେକୃଷ୍ଣ ଶିଅଳ, ଭଦ୍ରକ ଜିଲ୍ଲା ସିଟୁ ନେତା ରାଧା ଦାସ, ବୁଧିରାମ ଦାସ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଶିଳ୍ପମାରଣ, ସଂସ୍ଥା ଘରୋଇକରଣ ନୀତିକୁ ତୀବ୍ର ବିରୋଧ କରିଥିଲେ । ଡାକ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସହିତ ବିଭିନ୍ନ ଦାବି ବିଷୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ଅତିଥି ବୃହସ୍ପତି ସାମଲ, ବିଶ୍ୱନାଥ ଜେନା, ଦିବ୍ୟସିଂହ ନାୟକ, ହରେକୃଷ୍ଣ ଶିଅଳ, ବୁଧିରାମ ଦାସ, ଗୋପାଳ ଚନ୍ଦ୍ର ପଢିଆରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସଭାରେ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ କର୍ମକର୍ତ୍ତା ଭାବେ ସଭାପତି ଦାମୋଦର ମଣ୍ଡଳ, ଉପସଭାପତି ଦୁର୍ଯ୍ୟୋଧନ ବାରିକ, ପ୍ରକାଶ ସାହୁ, ଦେବାଶିଷ ମହାନ୍ତି, ଇଫ୍‌ତିକାର ଅହମ୍ମଦ ଅହମଦୀ, ସମ୍ପାଦକ ପଦ୍ମଲୋଚନ ପ୍ରଧାନ, ସହସମ୍ପାଦକ ପ୍ରଭାତ କୁମାର ବେହେରା, ବିଷ୍ଣୁପ୍ରିୟା ଜେନା, ପ୍ରଦୋଷ କୁମାର ସାହୁ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପାତ୍ର, ଅତିରିକ୍ତ କୋଷାଧ୍ୟକ୍ଷ ବନମାଳୀ ହରିଚନ୍ଦନ, ସଂଗଠନ ସମ୍ପାଦକ ମାନସ ରଂଜନ ଦାସ, ସ୍ମୃତିରଂଜନ ପ୍ରଧାନ, ମନୋରଂଜନ ହେମ୍ବ୍ରମ, ପୁଷ୍ପାଞ୍ଜଳି ବେହେରା, ଅଡିଟର ଉମାକାନ୍ତ ମଲ୍ଲିକ, ସର୍କଲ କାଉନସିଲର ସୋରେନ ବିଶ୍ୱାଳ, ଦିଲିପ କୁମାର ବେହେରା, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଅଣାକାର ସେଠୀ, ବିଜୟ କୁମାର ଜେନା, ନମିତା ନାୟକ, ଦୟାନ ଖାଁ, ଜୀତେନ୍ଦ୍ର ଦାଶ, ବିକାଶ ପଣ୍ଡା, ସେକ୍ ଅମିରୁଲ୍ଲା, ଦୀପକ କୁମାର ମହାପାତ୍ର, ବିକାଶ ପ୍ରଦାନ, ଚନ୍ଦନ ମହାପାତ୍ର ମନୋନୀତ ହୋଇଥିଲେ ।