ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଇଆଇନ କାରବାର ଉପରେ ଭଦ୍ରକ ପୋଲିସ ଟାର୍ଗେଟ ।ଗତ ଏକମାସ ଭିତରେ ଅନେକ ବେଇଆଇନ କାର୍ଯ୍ୟ ରେ ଲିପ୍ତ ଥିବା ଅପରାଧୀ ମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି ।କେତେବେଳେ ବ୍ରାଉନ ସୁଗାର ତ କେତେବେଳେ କୋଇଲା ତ ଆଉ କେତେବେଳେ ବେଆଇନ ଗୋ ଚାଲାଣ ସବୁ ଅପରାଧିକ କାର୍ଯ୍ୟ କୁ ତୀକ୍ଷ୍ଣ ନଜର ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପୋଲିସ ର ସ୍ୱତନ୍ତ୍ର ଟିମ କୁ ନେଇ ଚାଲିଛି ଧରପଗଡ଼ ।ସେହିପରି ଆଜି ଭୋର ତଥା ସଖାଳ ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ଗ୍ରାମାଂଚଳ ପୋଲିସ ଓ ଗୁଜିଦରଡ଼ା ଫାଣ୍ଡି ର ଚାରିଜଣୀଆ ଟିମ ସନ୍ଦେହ ଥିବା ଧାମନଗର ଆଡୁ ଗୁଜିଦରଡ଼ା ଆଡକୁ ଆସୁଥିବା ଏକ ଟାଟା ଏସି କୁ ଅଟକାଇବା ବେଳେ ଯାଂଚ କରିଥିଲେ ଏବଂ ଗାଡି ଭିତରୁ ବେଆଇନ ଚାଲାଣ ହେଉଥିବା ୬ ଟି ଗୋମାତା ଙ୍କୁ ଉଦ୍ଧାର କରିବା ସହ ଗାଡ଼ିରେ ଥିବା ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ ।ସେମାନଙ୍କ ମଧ୍ୟରୁ ଭଦ୍ରକ ଗ୍ରାମାଂଚଳ ଥାନାଧିନ ଶୁଶୁଆ ଅଂଚଳର ଡ୍ରାଇଭର ବିଶ୍ୱନାଥ ମଣ୍ଡଳ ଙ୍କ ପୁଅ ବୈଦ୍ୟନାଥ ମଣ୍ଡଳ ଏବଂ ଗୁଜିଦରଡ଼ା ଗ୍ରାମର ଏସକେ ସଜାକ ଙ୍କ ପୁଅ ଏସକେ ଆୱେଜ ବୋଲି ପୋଲିସ ସୂଚନା ଦେଇଛି ଏବଂ ପୋଲିସ ଉଭୟଙ୍କ ବିରୋଧ ରେ କେଶ ନମ୍ବର ୭୫୩/୨୪ ମୂଳେ ଏକ ମାମଲା ରୁଜ୍ଜୁ କରି ସେମାନଙ୍କୁ ଆଜି ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରାଯିବା ନେଇ ମଧ୍ୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।