Odiapua.com

ପୋଲିସ ମାଗେ ସଂରକ୍ଷଣ, ଓକିଲ ମାଗନ୍ତି ନ୍ୟାୟ: ଆଛେ ଦିନର ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଏବଂ ଓକିଲ ମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବଂ ଦିଲ୍ଲୀ ପୋଲିସ କର୍ମୀ ମାନଙ୍କ ଦ୍ୱାରା କରାଯାଇଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ କଂଗ୍ରେସ ସାଂସଦ ଶଶୀ ଥରୁର ଟ୍ୱିଟ କରିଛନ୍ତି।ଶଶୀ ଥରୁର ଲେଖିଛନ୍ତି, “ପୋଲିସ ସ୍ୱୟଂ ସଂରକ୍ଷଣ ମାଗେ, ଓକିଲ ମାଗନ୍ତି ନ୍ୟାୟ।ଅଛେ ଦିନ ପ୍ରାରମ୍ଭ ହୋଇଗଲା, ଏହା ହେଲା ପ୍ରଥମ ଅଧ୍ୟାୟ”।ତିଶ ହଜାରୀ କୋର୍ଟରେ ପୋଲିସ କର୍ମୀ ଏବଂ ଓକିଲ ମାନଙ୍କ ମଧ୍ୟରେ ମାରପିଟ ପରେ ପୋଲିସ ମୂଖ୍ୟାଳୟରେ ୧୧ ଘଣ୍ଟାରୁ ଅଧିକ ସମୟ ଧରି ପ୍ରଦର୍ଶନ ଚାଲିଥିଲା।ଅନେକ ଏହାକୁ ସ୍ୱାଧୀନ ଭାରତର ସବୁଠାରୁ ବଡ଼ କଳାଦିନ ବୋଲି କହୁଛନ୍ତି।-ଦେବଦତ୍ତ ରଥ