Odiapua.com

ପୋଲିସ ମାଓବାଦୀ ଗୁଳି ବିନମୟ, ମାଓ ପୋଷ୍ଟର , କଳାହାଣ୍ଡିରେ ପୁନଃ ମାଓ ସ୍ଥିତି ଜାହିର

କଳାହାଣ୍ଡି- ତା.୨୯.୦୩.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ଗ୍ରାମପଂଚାୟତ କାଣିକୁପା ଗାଁରେ ଏକ ଗଛ ଉପରେ ମାଓ ପୋଷ୍ଟର ଲାଗିଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିବା ଜଣାପଡିଛି । ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପ୍ରଦାନ କରାନଯିବା, ଶ୍ରମିକ ନଲଗାଇ ମେସନରେ ରାସ୍ତା କାମ କରାଯିବା, ଓସାର ରାସ୍ତା କରାଯାଇ ଜଙ୍ଗଲ ଲୁଟ କରାଯିବା, ମାଓବାଦୀ ନାମରେ ସାଧାରଣ ଲୋକଙ୍କୁ ଗିରଫ କରାଯିବା ଘଟଣାକୁ ବିରୋଧ କରାଯାଇଥିବା ବିଷୟ ଉଲ୍ଲେଖ ଥିବା ଜଣାପଡିଛି । କଳାହାଣ୍ଡି ଡିଭିଜନ ମାଓବାଦୀ ଏରିଆ କମିଟୀ ତରଫରୁ ଏହି ପୋଷ୍ଟର ଲାଗିଥିବା ଜଣାପଡିଛି । ଦୁଇଦିନ ତଳେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଏପାଟଣା ଗ୍ରାମପଂଚାୟତର ଗୁଣ୍ଡି ସଂରକ୍ଷିତ ଜଙ୍ଗଲର ସାନଶୋଷ ପଦର, ସିନ୍ଧାକୋଟୀ ପୋରପଦର, ତୋରାଗୁମା ଜଙ୍ଗଲରେ ଏସଓଜି କମ୍ବିଂ ଅପରେସନ ସମୟରେ ମାଓ କେମ୍ପ ଠାବ ହେବା ସହିତ ଗୁଳିବିନିମୟ ହୋଇଥିବା ଜଣାପଡିଥିଲା । ଗୁରବାର ବିଲମ୍ବିତ ରାତ୍ରୀରେ ବଂଶଧାରା– ଘୁମୁସର ନାଗାବଳୀ ମାଓ ଡିଭିଜନର ମାଓବାଦୀମାନେ ଏହିସବୁ ଅଂଚଳରେ ଚଳପ୍ରଚଳ କରୁଥରବା ସୂଚନା ମିଳିଥିବା ବେଳେ ଶୁକ୍ରବାର ସକାଳେ ଏସଓଜି ଜବାନ ସେସବୁ ଅଂଚଳରେ କୁମ୍ବିଂ ଅପରେସନ କରୁଥିବା ବେଳେ ସାମଶୋଷପଦର ଠାରେ ଗୁଳିବିନିମୟ ହୋଇଥିବାର ପୋଲିସ ସୂତ୍ରରୁ ପ୍ରକାଶ । ଏହି କୁମ୍ବିଂ ସମୟରେ ଏକ ମାଓ କେମ୍ପ ଠାବ ହେବା ସହିତ ମାଓବାଦୀମାନେ ଛାଡିଯାଇଥିବା ମାଓ କିଟ ବେଗ, ପାଣିଜାର,ଔଷଧ ତଥା ଇଂଜେକସନ ବକ, ଛତା,ଡ୍ରେସ, ଚପଳ , ବାସନ କୁସନ ଇତ୍ୟାଦି ମାଓସାମଗ୍ରୀ ତଥା ମାଓ ପୋଷ୍ଟର ପୋଲିସ ଜବତ କରିଛି । ଏହି ଗୁଳିବିନମୟ ସହିତ ମାଓ ପୋଷ୍ଟର ଲାଗିବା ଘଟଣାରୁ କଳାହାଣ୍ଡିରେ ପୁନଃ ମାଓ ସ୍ଥିତି ଜାହିର କରିଥିବା ଜଣାପଡିଛି ।