Odiapua.com

ପୋଲିସ କମିଶନର ଭାବେ ଦାୟିତ୍ଵ ନେଲେ ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ଵର,୨୧/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଟ୍ଵିନ୍‌ ସିଟିର ନୂଆ ମୁଖିଆ। ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ IPS ସୁଧାଂଶୁ ଷଡଙ୍ଗୀ। ସତ୍ୟଜିତ ମହାନ୍ତିଙ୍କ ଠାରୁ କମିସନରେଟ ଅଫିସରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦ ବ୍ୟାଚ୍‌ର IPS ଅଫିସର ସୁଧାଂଶୁ ଷଡ଼ଙ୍ଗୀ।

କଟକ-ଭୁବନେଶ୍ୱର ପୋଲିସ କମିସନରେଟର ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ସାଇବର ଠକେଇ, ଜମି ବିକ୍ରି ଠକେଇ, ଟ୍ରାଫିକ ନିୟନ୍ତ୍ରଣ, ଭିଭିଆଇପିଙ୍କ ସୁରକ୍ଷା ଆଦି ଚ୍ୟାଲେଞ୍ଜ ନୂଆ ସିପିଙ୍କ ପାଇଁ ରହିବ। ପୂର୍ବରୁ ରାଜ୍ୟ ଅପରାଧ ବ୍ୟୁରୋର ନିର୍ଦ୍ଦେଶକ ଥିଲେ ସୁଧାଂଶୁ ଷଡଙ୍ଗୀ।