Odiapua.com

ପୋଲିସ ଓ ଜନତା ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା ଜରୁରୀ – ଆଇ.ଜି.

ବାରିପଦା ୨୫-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ମୟୁରଭଞ୍ଜ ଜିଲ୍ଲାରେ ମୋ ସରକାର କାର୍ଯ୍ୟକ୍ରମକୁ ତଦାରଖ କରିବାପାଇଁ ତିନିଦିନିଆ ଗସ୍ତରେ ଆସିଥିଲେ ପୁର୍ବାଞ୍ଚଳ ପୋଲିସ ଆଇ.ଜି ଦିପ୍ତେସ କୁମାର ପଟ୍ଟନାୟକ। ୨୩ ତାରିଖରୁ ୨୫ ତାରିଖ ଯାଏ ସେ ଜିଲ୍ଲାର ବିଭିନ୍ନ ଥାନା ସବୁ ବୁଲି ପୋଲିସ ବିଭାଗର ସମସ୍ତ କର୍ମଚାରୀ ଙ୍କ ସହ ମୋ ସରକାର କାର୍ଯ୍ୟକ୍ରମ ର ନିୟମ କାନୁନ ବିଷୟରେ ଆଲୋଚନା କରିଥିଲେ। ଆଜି ସଂନ୍ଧ୍ୟା ୪ଟା ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ପ୍ରେସ ବିବୃତି ଦେଇ କହିଛନ୍ତି କି ଆଗାମି ଦିନରେ ପୋଲିସ ର ବ୍ୟବହାରରେ ବ୍ୟାପକ ଭାବେ ପରବର୍ତ୍ତନ ଆସିବ। ଆଜି ବାରିପଦା ଟାଉନରେ ଟ୍ରାଫିକ ସମାସ୍ୟାର ସୁଧାର କରିବା ପାଇଁ କାର୍ଯରତ କର୍ମଚାରୀଙ୍କ ସଂଖ୍ୟା ୩୦ କୁ ବୃଦ୍ଧି କରିଛନ୍ତି। ପି.ସି.ଆର ମଟରସାଇକେଲ ଏବଂ ଭେନ ସଂଖ୍ୟା ମଧ୍ୟ ବଢିଯାଇଥିବାର ସୂଚନା ଦେଇଛନ୍ତି।