Odiapua.com

ପୋଲିସ୍ ଇନଫର୍ମର ସନ୍ଦେହରେ ଆଶାଦିଦିଙ୍କୁ ଅଶ୍ଳିଳ ଭାଷା ସହ ମାଡ଼, ନ୍ୟାୟ ପାଇଁ ହେଲେ ଥାନା ଦ୍ବାରସ୍ଥ

କେନ୍ଦୁଝର,ତା ୧୮ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଓ ଥାନା ଶାଳବଣି ପଞ୍ଚାୟତ ଅନ୍ତର୍ଗତ ବାଲିପସି ଗ୍ରାମରେ ଏକ ସଭ୍ୟ ସମାଜରେ ଘଟିଛି ଅସଭ୍ୟ କାଣ୍ଡ । ଲକ୍ ଡାଉନ୍ ସ୍ବତ୍ତେ ଭୃକ୍ଷେପ ନକରି ସରକାରଙ୍କ ନିୟମମାନି କୋଭିଡ୍ ୧୯ ମହାମାରୀର ସଚେତନତା ବାର୍ତ୍ତାଦେଇ ଆସୁଥିବା ଆଶା ଅଖଜି ଖଣ୍ଡାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ ବାଉଁଶଗଡ଼ ଓ ବାଲିପୋଷି ମଧ୍ୟରେ ଯାଇଥିବା କେନାଲରେ ପାଖାପାଖି ୨୦୦ ଶହରୁ ଉର୍ଦ୍ଧ୍ବ ଲୋକ ଏକତ୍ରିତ ହୋଇ ମାଛ ଧରୁଥିଲେ । ସେହି ସମୟରେ ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ଗାଡିକୁ ଦେଖି ମାଛ ଧରୁଥିବା ଲୋକମାନେ ଅତର୍କିତ ଦୈାଡି ପଳାଇଥିଲେ । ଉକ୍ତ ସମୟରେ ଆଶାଦିଦି ସଚେତନତାର ବାର୍ତ୍ତା ଦେଇ ଫେରୁଥିବା ବେଳେ ବଳଦୂଆଁ ଗ୍ରାମର ଚନ୍ଦା ମଣ୍ଡଳ ଆଶାଦିଦିଙ୍କୁ ଅଶ୍ଳିଳ ଇଙ୍ଗିତ ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଯେଉଁ ଭାଷାରେ କଥା କହି ଧମକ ଦେଇଥିଲେ ଯାହାକି କାନରେ ଶୁଣି ହେବନି । ଏଥିସହ ଚୁଟିଧରି ଘୋଷାଡି ପକାଇଥିବା ପୀଡିତା ଆଶାଦିଦି ପ୍ରକାଶ କରିଛନ୍ତି । ଏହିଠି ସୂଚନା ଯେ ସରକାରଙ୍କ ନାରା ନାରୀ ଜାତିକୁ ସମ୍ନାନ ହେଲେ କ’ଣ ହେବ, ଦିନଦ୍ବିପହରେ ଅହରହ ପୋଲିସ ପେଟ୍ରୋଲିଙ୍ଗ୍ ପରେ ବି କର୍ତ୍ତବ୍ୟ ନିଷ୍ଠା ଆଶାଦିଦିଙ୍କ ଅବସ୍ଥା ଏମିତି କରାଯାଉଛି ତ ରାତି ହୋଇଥିଲେ କ’ଣ ହୋଇଥାନ୍ତା ତାହା ଏଅଞ୍ଚଳରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହୋଇଛି ।