Odiapua.com

ପୋଲିସଙ୍କ ବ୍ୟବହାର ଠିକ୍ ହେବା ଉଚିତ: ବିକେ ଶର୍ମା

ଭୁବନେଶ୍ୱର, ୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଡିଜିପି ପଦରୁ ଆର.ପି.ଶର୍ମା ଅବସର ନେବା ପରେ ସେହି ପଦବିରେ ବି.କେ.ଶର୍ମା ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ଭୁବନେଶ୍ୱର କ୍ୟାମ୍ପ ଅଫିସ ପରିଦର୍ଶନ କରିଥିଲେ ଡିଜିପି ବି.କେ.ଶର୍ମା ।

ତେବେ ପୋଲିସକୁ ଆଚରଣ ଓ ଉଚ୍ଚାରଣ ଭଲ କରିବାକୁ ସେ ପରାମର୍ଶ ଦେଇଥିଲେ । କର୍ତ୍ତବ୍ୟ ପାଳନ ସହ ଚାରିତ୍ରିକ ସଂଶୋଧନ କରିବା ଦରକାର ବୋଲି ମଧ୍ୟ କହିଥିଲେ । ହୋମଗାର୍ଡ଼ ଓ କନେଷ୍ଟବଳ ଟେକ୍ନୋଲୋଜି ସହ ଯୋଡ଼ି ହେବା ଉଚିତ ବୋଲି ମଧ୍ୟ ଶର୍ମା କହିଛନ୍ତିି ।