Odiapua.com

ପୋଲସରା – ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଆକ୍ରମଣ

ପୋଲସରା ୧୯-୪ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ଥାନା ଅନ୍ତର୍ଗତ ବିଲେଇଝୁରି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଆକ୍ରମଣ ହୋଇଛି। ଆକ୍ରମଣରେ ଆହତ ହୋଇଥିବା ଯୁବକ ଜଣକ ହେଉଛନ୍ତି ଜଗା ପ୍ରଧାନ(୨୫)।ଆହତଙ୍କ ପିତା ଗୟା ପ୍ରଧାନ କହିବାନୁସାରେ ଗତକାଲି ନିର୍ବାଚନ ସମୟରେ ମୋ ପୁଅ ଜଗା ଚିରିକୁଟୀ ବାଣ୍ଟୁ ଥିଲା, ଏହି ଚିରିକୁଟୀ ବଣ୍ଟନ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୋ ପୁଅ ଜଗାକୁ ଏକ କୋଦାଳ ସାହାଯ୍ୟରେ କିଛି ଯୁବକ ମିଳିତ ଭାବେ ଆସି ଆକ୍ରମଣ କରିଥିଲେ ବୋଲି ଆହତଙ୍କ ପିତା ଓ ମାତା ସଞ୍ଜୁ ପ୍ରଧାନ କହିଥିଲେ। ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପୋଲସରାରେ ଆହତଙ୍କ ଚିକିତ୍ସା ଚାଲିଛି। ଖବର ଲେଖା ଯିବା ସୁଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି।