Odiapua.com

ପୋଲସରା କଲେଜରେ ବିଧାୟକଙ୍କ ଦାଦାଗିରି

ପୋଲସରା ୨୪-୯ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଆଣିଛନ୍ତି ମହା ଅଭିଯୋଗ। ଘଟଣାରୁ ପ୍ରକାଶ ବିଜ୍ଞାନ ମହାବିଦ୍ୟାଳୟରେ ନାମ ଲେଖାକୁ ନେଇ ଲାଞ୍ଚ ମଗା ଯାଇଥିବା ଘଟଣାକୁ ଛାତ୍ରମାନେ କଲେଜର ଅଧ୍ୟକ୍ଷ ଏବଂ ପୋଲସରା ଥାନାରେ ଅଭିଯୋଗ କରିଥିଲେ କିନ୍ତୁ କଲେଜ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟନେଇ କୌଣସି ବିଷୟ ସମାଧାନ ହୋଇ ନପାରିବାରୁ ଛାତ୍ରଛାତ୍ରୀମାନେ ଅସନ୍ତୋଷ ହୋଇ କଲେଜ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ଶାନ୍ତିପୂର୍ଣ୍ଣ ଭାବେ ବସିଥିଲେ। କିନ୍ତୁ ସ୍ଥାନୀୟ ବିଧାୟକ କୌଣସି ସୂତ୍ରରୁ ଖବର ପାଇ କଲେଜକୁ ଆସି ଛାତ୍ରମାନଙ୍କୁ ବୁଝାସୁଝା କରିବା ପରିବର୍ତ୍ତେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଭୟଭୀତ କରିଥିଲେ ଯାହାକି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଖାଲି ସେତିକିରେ କଥା ସରିନାହିଁ ବିଧାୟକ ସ୍ଥାନୀୟ କ୍ରିମିନାଲ୍ ଛାତ୍ରଙ୍କ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଭୟଭୀତ କରୁଥିବା ଶୁଣିବାକୁ ମିଳୁଛି। ଏବଂ ବିଧାୟକ ପୋଲସରା କଲେଜ ଜି.ବି ର ସଭାପତି ଥିବାରୁ ନିଜ ସମର୍ଥିତ ବୟସାଧିକ କିଛି ଛାତ୍ରଙ୍କୁ ଜଇନ କରାଇ ଛାତ୍ରଛାତ୍ରୀ ମାନଙ୍କୁ ଭୟଭୀତ କରି କରାୟତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସେ ଭିତରେ କିଛି କ୍ରିମିନାଲ ଛାତ୍ର ମଧ୍ୟ ଥିବାର ଶୁଣିବାକୁ ମିଳୁଛି। ପୋଲସରା ବିଧାୟକ କଲେଜର ସଭାପତି ଦାଇତ୍ୱ ନେବା ପରଠାରୁ ଥରୁଟିଏ ମଧ୍ୟ ମିଟିଙ୍ଗ ଡାକି ନାହାଁନ୍ତି ! ଅଧ୍ୟକ୍ଷଙ୍କ ସହିତ ସଲ ସୁତୁରାଏ କଲେଜ ଚଳାଇ ଲକ୍ଷଲକ୍ଷ ଟଙ୍କାର ହେରଫେର ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ବିଧାୟକ ସରକାରୀ ଦଳରେ ଥିବାଯୋଗୁଁ ସବୁ ମାଫ୍। କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ପ୍ରତିବର୍ଷ ଛାତ୍ର ଅଶାନ୍ତି ହେଉଥିଲେ ମଧ୍ୟ ବିଧାୟକ ଘୋଡାଇ ନେଉଛନ୍ତି ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି।