Odiapua.com

ପୋଲସରା ଅଞ୍ଚଳରେ ମାଳମାଳ କୋଚିଙ୍ଗ ସେଣ୍ଟର : ନାହିଁ ସୁରକ୍ଷା ବ୍ୟବସ୍ଥା, ଅଙ୍କୁଶ ଲଗାଇବ କିଏ ?

ପୋଲସରା ୬-୬ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ଗଞ୍ଜାମ ଜିଲ୍ଲା ପୋଲସରା ଏନ.ଏ.ସି ମଧ୍ୟରେ ମାଳମାଳ ବେଆଇନ କୋଚିଙ୍ଗ ସେଣ୍ଟର ଦ୍ୱାରା ଜବରଦସ୍ତ ବେପାର ଚାଲୁଛି ।ସମୟ ସକାଳ ୦୬.ଟାରୁ ଏହି କୋଚିଙ୍ଗ ସେଣ୍ଟର ନାମରେ ଖୁଲାମଖୁଲା ଶିକ୍ଷା ବେପାର ଆରମ୍ଭ ହୋଇ ଯାଉଛି ।ସ୍କୁଲ ଓ କଲେଜ କୁ ଯିବା ପୂର୍ବରୁ ଘଣ୍ଟାଏ ରୁ ଦୁଇଘଣ୍ଟା ସମୟ ମଧ୍ୟରେ ବିଭିନ୍ନ ବିଷୟ ଗୁଡିକ ମଧ୍ୟରୁ କୌଣସି ଗୋଟାଏ ବିଷୟରେ ଚିଟିଂ ଦେଇ ଆସିବାକୁ ବଇନା ନେଇଛନ୍ତି ବିଭିନ୍ନ ସ୍କୁଲର ଓ କଲେଜର ଅର୍ଥଲୋଭି ଶିକ୍ଷକ , ଅଧ୍ୟାପକ ଓ ଅଧ୍ୟାପିକା ମାନେ ।ରାସ୍ତା ପାଖରେ ଓ ବିଭିନ୍ନ ଗଳି କନ୍ଦିରେ ଏହି କୋଚିଙ୍ଗ ସେଣ୍ଟର କାମ କରୁଥିଲେ ମଧ୍ୟ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ବିଲକୁଲ ନାହିଁ କହିଲେ ଚଳେ ।ଯେତିକି ସ୍କୁକ କଲେଜ ଅଛି ତାଠାରୁ ଢେର ଅଧିକ କୋଚିଙ୍ଗ ସେଣ୍ଟର ଅଛି ।ପାଠପଢା କମ କେବଳ ଅର୍ଥପାଇଁ ଯିଏ ଯେଉଁଠି ପାରିଲା ମନଇଚ୍ଛା କୋଚିଙ୍ଗ ସେଣ୍ଟର ଓ ପ୍ରାଇଭେଟ ବିଦ୍ୟାଳୟ ନାମରେ ଘରଭଡା ନେଇ ସ୍କୁଲଖୋଲି ଦେଉଥିବାର ଦେଖିବାକୁ ମିଳୁଛି ।ଏହି ଶିକ୍ଷା ବେପାରଟି ବି.ଇ.ଓ କାର୍ଯ୍ୟାଳୟ ଅଧିକାରୀ ଓ ଷ୍ଟାଫ ମାନଙ୍କ ଆଶୀର୍ବାଦ ରୁ ଚାଲିଛି ବୋଲି ଶିକ୍ଷିତ ବୁଦ୍ଧିଜୀବୀ ମହଲରୁ ଶୁଣିବାକୁ ମିଳୁଛି ।ଶିକ୍ଷା ବିଭାଗର ଉପରିସ୍ତ ମହଲର ଅଧିକାରୀ ମାନଙ୍କୁ ମସାକିଆ ହାତଗୁଞ୍ଜା ଦେଇ କୋଚିଙ୍ଗ ସେଣ୍ଟର ଓ ବେଆଇନ ବିଦ୍ୟାଳୟରେ ମ୍ୟାଟ୍ରିକ ପାସ , +୨ଫେଲ,+୩ଫେଲ, ଛାତ୍ର ଛାତ୍ରୀ ପାଠପଢା ପାଇଁ ନିଯୁକ୍ତି ଦିଆଯାଇ ମାତ୍ର ଦୁଇ ରୁ ତିନି ହଜାର ଟଙ୍କା ମଧ୍ୟରେ ଏମାନଙ୍କୁ ପାଠ ପଢାଇବା ପାଇଁ ସୁଯୋଗ ଦେବାସହ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏକ୍ସପ୍ରିଏନ୍ସ ପ୍ରମାଣପତ୍ର ଦିଆ ଯାଉଛି ବୋଲି ସଚେତନ ମହଲରେ ହେଉଥିବା ଚର୍ଚ୍ଚାରୁ ଶୁଣିବାକୁ ମିଳୁଛି ।ଆଉଯଦି ଏହା ସତ ତେବେ ଶିକ୍ଷାର ଘୋର ଅପମାନ ଅଟେ ବୋଲି ଉଲ୍ଲେଖ କରାଗଲେ କୌଣସି ଅପରାଧ ହେବନାହିଁ ।ଏହି ଅଞ୍ଚଳର ପ୍ରତି କୋଚିଙ୍ଗ ସେଣ୍ଟରକୁ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାକୁ ଯାଉଥିଲେ ମଧ୍ୟ ଅତି ବିଡ଼ମ୍ବନାର ବିଷୟ ସରକାରୀ ସ୍କୁଲରେ ମାଗଣାରେ ପାଠପଢା ସାଙ୍ଗକୁ ମାଗଣାରେ ବହି ହାସଲ କରି ଏହି କୋଚିଙ୍ଗ ସେଣ୍ଟର ରେ ମାସକୁ ୫୦୦ ରୁ୮୦୦ ଲେଖାଏଁ ଜବରଦସ୍ତି ଦରମା ଦେଉଛନ୍ତି ଛାତ୍ରଛାତ୍ରୀ ମାନେ ଯଦ୍ୱାରା ପରୋକ୍ଷରେ ନିରୀହ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ଶୋଷଣ କରାଯାଉଛି ।ଯାହା ସରକାରଙ୍କ ସାମ୍ବିଧାନିକ ନିୟମ ବିରୁଦ୍ଧ ଅଟେ ।ଏଠାରେ ଜଣାଇ ଦିଆଯାଇପରେ ଯେ ସରକାରଙ୍କ ଶିକ୍ଷାନିତୀ ଅଧିନିୟମ ପ୍ରକାରେ କୌଣସି ସରକାରୀ ଶିକ୍ଷକ/ଶିକ୍ଷୟତ୍ରୀ ଅଧ୍ୟାପକ ଓ ଅଧ୍ୟାପିକା ଶିକ୍ଷା ବିଭାଗରେ ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟ କରୁଥାନ୍ତି ତେବେ ସେମାନେ ସାମ୍ବିଧାନିକ ନିୟମ ପ୍ରକାରେ ଅନ୍ୟ କୌଣସି ଠାରେ ବା କୌଣସି ପ୍ରକାରେ ଅର୍ଥ ଉପାର୍ଜନ ହେଲାଭଳି ବେଆଇନ କାମ କରିପାରିବେ ନାହିଁ ।ଶେଷରେ ଏଭଳି ବେଆଇନ ଜୋର ଜବରଦସ୍ତ ଶିକ୍ଷାକୁ ମାଧ୍ୟମ କରି ଚଳାଇଥିବା ବ୍ୟକ୍ତି ବିଶେଷ ମାନଙ୍କ କାର୍ଯ୍ୟ କଳାପକୁ ନେଇ ସ୍ଥାନୀୟ ପୋଲସରା ଅଞ୍ଚଳର ସାମ୍ବାଦିକ ନୃସିଂହ ନାଥ ସ୍ବାଇଁ ଅଞ୍ଚଳର ବରିଷ୍ଠ ବୁଦ୍ଧିଜୀବୀ ବ୍ୟକ୍ତି ମାନଙ୍କୁ ପ୍ରଶ୍ନ ପଚାରିବାରୁ ସେମାନଙ୍କ ଠାରୁ ଗୋଟିଏ ମାତ୍ର ଉତ୍ତର ଥିଲା ଯେ, ବର୍ତ୍ତମାନ କିଛିଟା ଅର୍ଥଲୋଭି ବ୍ୟକ୍ତି ମାନଙ୍କ ପାଇଁ ପୋଲସରା ଅଞ୍ଚଳରେ ଶିକ୍ଷାର ମାନ ନିମ୍ନ ସ୍ତରକୁ ଚାଲି ଗଲାଣି।ଏଣୁ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଏମାନଙ୍କ ଉପରେ ଅଙ୍କୁଶ ଲଗାଇବ କିଏ ବୋଲି ?