ପୁରୀ -୧୪/୦୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଓଡ଼ିଆ ମାନଙ୍କର ଏକ ମୁଖ୍ୟ ଗଣପର୍ବ ରଜ ସହର ଠାରୁ ମଫସଲ ଯାଏଁ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି। ପହିଲି ରଜ ଅବସରରେ ଝିଅ ମାନେ ସଜେଇ ହୋଇ ନବବସ୍ତ୍ର ପରିଧାନ କରି ଆନନ୍ଦ ଉଲ୍ଲାସରେ ଏହି ଉତ୍ସବର ମଧ୍ୟ ମଜା ନେଇଥିଲେ ଘରେ ଘରେ ପୋଡ଼ପିଠା ସହ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରାଯାଇଥିଲା। ଝିଅ ମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ସାଙ୍ଗସାଥୀ ମାନଙ୍କ ସହ ଦୋଳି ଖେଳିବା ସହିତ ପୁଚି ମଧ୍ୟ ଖେଳିଥିଲେ। ସନ୍ଧ୍ୟାରେ ରଜବତୀ ମାନେ ବେଳାଭୂମିରେ ବୁଲିବା ସହ ଚାଟ୍, ଗୁପଚୁପ୍ ଓ ଆଇସକ୍ରିମ ଦୋକାନ ଗୁଡିକ ସମ୍ମୁଖରେ ଭିଡ଼ ଜମାଇଥିବା ଦେଖାଯାଇଥିଲା। ସେହିପରି ବାଲିହରଚଣ୍ଡୀ ପୀଠରେ ଆଜି ଠାରୁ ତିନି ଦିନ ବ୍ୟାପୀ ରଜ ମେଳା ଅନୁଷ୍ଠିତ ହୋଇଛି। ମେଳା ସ୍ଥାନରେ ଅସ୍ଥାୟୀ ଦୋକାନ ବଜାର ମଧ୍ୟ ଖୋଲାଯାଇଛି। ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ବାଲିହରଚଣ୍ଡୀ ପୀଠକୁ ଯାଇ ମାଆ ଙ୍କୁ ଦର୍ଶନ କରିଥିଲେ।
ପୋଡ଼ପିଠା ମହକରେ ମହକିଲା ସହର ଠାରୁ ମଫସଲ
