Odiapua.com

ପୋଟେରୁ ନରନାରାୟଣ ସେବା ଆଶ୍ରମର ନିଖୋଜ ବ୍ରହ୍ମଚାରୀ ସିମଲା ରେ ଠାବ,ତାଙ୍କୁ ଆଣିବା ପାଇଁ ଆଶ୍ରମର ସଂପାଦକ ହିମାଚଳପ୍ରଦେଶ ସିମଲା କୁ ଗଲେ

ମାଲକାନଗିରି,୫ ।୧୨ (ଓଡିଆ ପୁଅ )  ଗତ ମାସକତଳେ ନିଖୋଜ ହୋଇ ଯାଇଥିବା ମାଲକାନଗିରି ଜିଲ୍ଲା ପୋଟେରୁ ଠାରେ ଥିବା ନରନାରାୟଣ ସେବା ଆଶ୍ରମର ପୂଜକ ବ୍ରହ୍ମଚାରୀ ସଚିନଦାସ(୬୨) ଙ୍କୁ ହିମାଚଳପ୍ରଦେଶ ସିମଲାଠାରେ ଠାବ କରା ଯାଇଛି । ଏ ଖବର ପୋଟେରୁ ଠାରେ ପହଁଚିଲା ପରେ ବ୍ରହ୍ମଚାରୀଙ୍କୁ ଆଣିବା ପାଇଁ  ଆଜି ସିମଲା ଯାତ୍ରା କରିଛନ୍ତି  ପୋଟେରୁ ନରନରାୟଣ ସେବା ଆଶ୍ରମର ସଂପାଦକ ଓ ଗ୍ରାମବୀସୀ । ଘଟଣାରୁ ପ୍ରକାଶ ଯେ ମାଲାକନଗିରି ଜିଲ୍ଲା ମୋଟୁ ଥାନାସ୍ଥ ମାନ୍ୟମକୋଣ୍ଡା ପଚାଂୟତ ର ଏମଭି୭୫ ଗ୍ରାମର ବ୍ରହ୍ମଚାରୀ ସଚିନଦାସ ପୋଟେରୁ ଠାରେ ଥିବା ନର ନାରାୟଣ ସେବାଆଶ୍ରମରେ ପୂଜକ ଓ ରୋଷେୟା ଭାବେ ଦୀର୍ଘ୨୫ବର୍ଷ ଧରି କାମ କରିଆସୁଥିଲେ । ସେ ବିବାହ ନକରି ଆଜୀବନ ବ୍ରହ୍ମଚାରୀ ଥିଲେ । ତାଙ୍କ ନିକଟରେ କେବଳ ତାଙ୍କର୯୦ବର୍ଷର ବୃଦ୍ଧା ମା ରହୁଥିଲେ । ଗତ ମାସକ ତଳେ ତାଙ୍କ ମାଙ୍କ ଦେହାନ୍ତ ହୋଇଗଲା,ମାଙ୍କ ଅସ୍ତିବିସର୍ଜନ ପାଇଁ ସଚିନ ଆନ୍ଦ୍ରପ୍ରେଦଶର ରାଜମେନ୍ଦ୍ରୀ ଠାରେ ଥିବା ପବିତ୍ର ଗୋଦାବରୀ ନଦୀ ପୁସ୍କର ଘାଟକୁ ଯାଇଥିଲେ । ସେଠାରେ ମା ଙ୍କ ଅସ୍ତିବିସର୍ଜନ କରି ସାରିଲାପରେ ଚିନ୍ତାକଲେ କିଏ ମୋର ଅଛି ଯେ ଆଉ ପୋଟେରୁ ଫେରିବି ହିମାଳୟର କୈଳାଶପର୍ବତ କୁ ପଳାଇବି ତପସ୍ୟା କରିବାକୁ ଏହା ଭାବି ସେ ରାଜମେନ୍ଦ୍ରୀ ଠାରୁ ଟ୍ରେନରେ ବସି ଯାଇଥିଲେ  । ସେହି ଟ୍ରେନଟି ହିମାଚଳପ୍ରଦେଶ ସିମଲା ଅଭି ମୁଖେ ଯାଉଥିଲା ।ସଚିନ ଭୁଲରେ ସିମଲା ଧାକଡି ଷ୍ଟେସନରେ ଓହ୍ଲାଇପଡିଥିଲେ । ସେଠାରେ ପ୍ରବଳ ଶୀତ ହେଉଥିବାରୁ ସଚିନଙ୍କୁ ଭିଷଣ ଭାବେ ଜ୍ୱର ହୋଇଥିଲା । ସେ ଜ୍ୱରରେ ଆକ୍ରାନ୍ତ ହୋଇ ରାସ୍ତାକଡର ଗୋଟିଏ ସ୍ଥାନରେ ଶୋଇ ଥିବାର ସିମଲା ବିଶ୍ୱବିଦ୍ୟାଳୟର ସହକାରି ପ୍ରାଧ୍ୟାପକ ସଂଜିବ ଶର୍ମା ଓ ତାଙ୍କ ପତ୍ନୀ ପ୍ରଜାସ୍ମିତା ଶର୍ମା ଦେଖି ତାଙ୍କ ନିକଟକୁ ଯାଇପଚାରି ବୁଝିଥିଲେ ତାଙ୍କ ଘର କେଉଁଠି ସେ କେଉଁ ଆଡକୁ ଯିବେ, ସଚିନ କହିଥିଲେ ତାଙ୍କ ଘର ଓଡିଶା ସେ ହିମାଳୟ କୌଳାଶ ପବ ର୍ତ କୁ ତପସ୍ୟା କରିବାକୁ ଯାଉଛନ୍ତି । ସେ ଦମ୍ପତି ସଚିନଙ୍କୁ ସେଠାରୁ ଉଦ୍ଧାରକରି ନିଜ ଘରକୁ ନେଇ ଡାକ୍ତର ଦେଖାଇ ଚିକିତ୍ସା କରି ଭଲକରିଥିଲେ । ସଚିନ ଭଲ ହୋଇଗଲା ପରେ ତାଙ୍କୁ ଧାକଡି ଥାନାରେ ଜିମାଦେଇଥିଲେ । ସେଠାକାର ପୁଲିସ ତାଙ୍କୁ ଏକ ଆଶ୍ରମରେ ସୁରକ୍ଷିତ ଅବସ୍ଥାରେ ରଖି ଓଡିଶା ପୁଲିସଙ୍କ  ସହିତ ଯୋଗା ଯୋଗ କରି ମାଲକାନଗିରି ଏସପି ଜଗମୋହନ ମୀନା ଙ୍କୁ ସଚିନ ଙ୍କ ସଂପର୍କରେ ସୁଚନା ଦେଇଥିଲେ । ଏସପି ଶ୍ରୀ ମୀନାଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳା ଥାନା ଆଇଆଇସି ଅଜିତକୁମାର ସ୍ୱାଇଁ ପୋଟେରୁ ନର ନାରୟଣ ଶେବାଶ୍ରମକୁ ଯାଇ ବ୍ରହ୍ମଚାରୀ ସଚିନ ସିମଲାରେ ଅଛନ୍ତି ବୋଲି କହିଥିଲେ । ସେହି ଆଶ୍ରମର ସଂପାଦକ ବୁଷ୍ଣୁପଦ ସରଦାର ଓ ରବିଦାସ ଓ ଗ୍ରାମବୀସୀମାନେ  କାଲିମେଳା ଥାନକୁ ଯାଇ ସିମଲା ଜିଲ୍ଲା ଧାକଡି ଥାନା ଓ ସଚିନ ରହୁଥିବା ସ୍ଥାନର ଠିକଣା ଆଣିଥିଲେ । କାଲିମେଳା ଆଇଆଇସି ସିମଲା ଧାକଡି ଥାନକୁ ବ୍ରହ୍ମଚାରୀ ସଚିନ ଦାସ ଙ୍କର ସମସ୍ତବିବରଣୀ ଜଣାଇ ତାଙ୍କୁ ଆଶ୍ରମ ପରିଚାଳନା କମିଟି ଆଣିବା ପାଇଁ ସିମଲା ଯାତ୍ରାକରୁଛନ୍ତି । ସେମାନଙ୍କୁ ପୁଲିସ ସହାୟତା ଯୋଗାଇ ଦେବା ପାଇଁ  ଅନୁରୋଧ କରିଛନ୍ତି । ବ୍ରହ୍ମଚାରୀ ସଚିନଙ୍କୁ ସେଠାରୁ ଆଣିବା ପାଇଁ  ଆଜି ସିମଲା ଧାକଡି କୁ ସଂପାଦକ ବିଷ୍ଣୁପଦ ସରଦାର ଙ୍କ ସହ ରବିଦାସ ଯାତ୍ରାକରିଛନ୍ତି ।  ଗତ ମାସେ ହେଲେ ପୋଟେରୁ ନରନାରୟଣ ସେବାଆଶ୍ରମର ପୂଜକ ନିଖୋଜ ହେବା ପରେ ସମଗ୍ର ପୋଟେରୁ ଅଚଂଳବାସୀଙ୍କ ମନରେ ଦୁଃଖ ଆସି ଯାଇଥିଲା । ଆଶ୍ରମ ପରିଚାଳନା କମିଟି ଚିନ୍ତାରେ ପଡିଯାଇଥିଲେ ବ୍ରହ୍ମଚାରୀଙ୍କ ବିନା କିପରି ଆଶ୍ରମ ଚାଲିବ, ସଚିନଙ୍କୁ ଠାବକରିବାପରେ ସମଗ୍ର ପୋଟେରୁ ଅଚଂଳରେ ଆନନ୍ଦର ଲହରି ଖେଳି ଯାଇଛି । ତାଙ୍କ ଫେରିବା ବାଟକୁ ପୋଟେରୁ ବାସୀ ଚାହିଁ ବସିଛନ୍ତି ।ବ୍ରହ୍ମଚାରୀ ସଚିନ ଙ୍କୁ ଅସୁସ୍ଥ ଅବସ୍ଥାରେ ପ୍ରଥେମ ସିମଲା ବିଶ୍ୱବିଦ୍ୟାଳୟର ସହକାରି ପ୍ରାଧ୍ୟାପକ ଶ୍ରୀ ଶର୍ମା ଉଦ୍ଧାର କରି ଚିକିତ୍ସା ସହ ତାଙ୍କରସେବା ଯତ୍ନନେଇ ତାଙ୍କୁ ନିଜସ୍ଥାନକୁ ଫେରାଇବାର ବ୍ୟବସ୍ଥା କରିଥିବାରୁ ସେହି ପ୍ରାଧ୍ୟାପକ ଦମ୍ପତିଙ୍କୁ ପୋଟେରୁ ଶେବାଶ୍ରମ ଓ ମାଲକାନଗିରି ଜିଲ୍ଲାବାସୀ ସାଧୁବାଦ ସହ ଧନ୍ୟବାଦ ଜଣାଛନ୍ତି ।