ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀ ଥାନା ଅଂଚଳର ବୟାଙ୍ଗଡିହ ପଂଚାୟତର ଗୁଡ଼ିପୋଖରୀ ଗ୍ରାମର ମେହମ୍ମୁଦ ସାହାଙ୍କ ପୁତ୍ର ରଫିକ୍ ସାହା (୧୬) ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଛି । ପ୍ରକାଶ ଥାଉକି ଉକ୍ତ ଗ୍ରାମ ନିକଟସ୍ଥ ଶିବପୁର ଗ୍ରାମର ଥିବା ଏକ ପୋଖରୀରେ ରଫିକ୍ ଗାଧୋଉଥିବାବେଳେ ପୋଖରୀ ଭିତରକୁ ଚାଲିଯାଇଥିଲେ । ସେଠାରେ ଥଳ ନଦେବାରୁୁ ସେ ଆଉ କୂଳକୁ ଆସି ନପାରିବାରୁ ସେଠାରେ ବୁଡ଼ିଯାଇଥିଲେ । ଗ୍ରାମର ଲୋକମାନେ ଦେଖି ପୋଖରୀରୁ ଉଦ୍ଧାର କରିଥିଲେ । ତେବେ ରଫିକ୍କୁ ଧାମନଗର ମେଡ଼ିକାଲକୁ ଆଣିଥିବାବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣାଟି ଧାମନଗର ଥାନା ଅଂଚଳ ହୋଇଥିବାରୁ ଧାମରନଗର ପୋଲିସ କେସ ନ ୧୮/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁରକି ବ୍ୟବଚ୍ଛେଦପାଇଁ ଭଦ୍ରକ ପଠାଇଥିଲା । ରଫିକ୍ ସ୍ଥାନୀୟ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର ହୋଇଥିବାବେଳେ ସେ ଜଣେ ମେଳାପି ଛାତ୍ର ହୋଇଥିବାରୁ ତାଙ୍କର ବିୟୋଗରେ ଶୋକର ଛାୟା ଖେଳିଯାଇଛି ।