Odiapua.com

ପୋଖରୀରେ ବୁଡି ଯୁବକ ମୃତ୍ୟୁ

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ର ବମକୁରା ଗ୍ରାମର ମନୋଜ ମାଝୀଙ୍କ ସାନ ପୁଅ ରାଧାଶ୍ୟାମ ମାଝୀ ୧୯ ବର୍ଷ ଶୌଚ ହେବା ବେଳେ ଅସାବଧାନତା କାରଣରୁ ପୋଖରୀରେ ବୁଡି ଯାଇ ମୃତ୍ୟୁ ହୋଇଥିବା କୁହାଯାଇଛି।ରବିବାର ଅପରାହ୍ନ ରୁ ସେ ଘରୁ ଯାଇଥିଲେ। ରାତି ସାରା ପରିବାର ଓ ଗ୍ରାମ ଲୋକ ଖୋଜା ଖୋଜି କରି ମଧ୍ୟ ରାଧାଶ୍ୟାମ କୁ ପାଇ ନଥିଲେ। ସୋମବାର ସକାଳେ ଗାଁ ଠାରୁ କିଛି ଦୂର ନିଛାଟିଆ ଜାଗା ରେ ଥିବା ପୋଖରୀରେ ରାଧାଶ୍ୟାମ ର ମୃତ ଦେହ ଭାସୁଥିବା ଲୋକେ ଦେଖିଥିଲେ। ଏ ନେଇ ପରିବାର ଲୋକ ପୋଲିସ କୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ତାଙ୍କ ପରିବାର କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମ ବାସୀ ଓ ପରିବାର ଲୋକ ପ୍ରଶାସନ ନିକଟରେ ଦାବି କରିଛନ୍ତି।