Odiapua.com

ପୋଖରୀରେ ପଡି ଗ୍ରାମରକ୍ଷୀଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା!

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦକ୍ଷିଣବାଡ – ସରସଦା ୩ ନମ୍ବର କେନାଲ ରାସ୍ତା ର ଦାମଦର ମଠ ନିକଟସ୍ତ ଏକ ପୋଖରୀ ରେ ପଡି ଧାମନଗର ଥାନା ର ଜଣେ ଗ୍ରାମରକ୍ଷୀ ରାଜେଶ ରାଉତ (୪୨) ଙ୍କ ର ମୃତ୍ୟୁ ଘଟିଛି ।ପ୍ରକାଶ ଥାଉକି ଧାମନଗର କଲେଜ ନିକଟ ତଥା ଜରାନିବାସ ଗେଟ ସମ୍ମୁଖ ସାହି ରେ ରହୁଥିବା ରାଜେଶ ଆଜି ସକାଳ ୫ ଟା ବେଳେ ଘରୁ ଧାମନଗର କୁ ଯାଇଥିଲେ । ଦୀର୍ଘ ସମୟ ରାଜେଶ ଘର କୁ ଫେରି ନଥିଲେ ।ତେବେ ଉକ୍ତ ପୋଖରି ରେ ଏକ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଂଚିଥିଲେ । ରାଜେଶ ର ଶବ ବୋଲି ପୋଲିସ ଚିହ୍ନଟ କରିଥିଲେ । ତେବେ ମୃତ ରାଜେଶ ର ନାକରେ ରକ୍ତ ବାହାରୁ ଥିବାରୁ ଏହା କୁ ନେଇ ନାନାଦି ସନ୍ଦେହ କରା ଯାଉଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ପୋଲିସ ଅଧିକ ତଦନ୍ତ କଲେ ପ୍ରକୃତ ସତ୍ୟତା ପଦାକୁ ଆସିପାରିବ ।ସୂଚନା ଥାଉ କି ରାଜେଶ ଧାମନଗର ଥାନା ରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ ।